ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଅଣ ହିନ୍ଦୁ
ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା। ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଅଣ ହିନ୍ଦୁ। କଲୋମ୍ବିଆର ଜଣେ ଅଣ ହିନ୍ଦୁ ପ୍ରବେଶ କରିଥିଲେ । ଯାହା ପରେ ତାଙ୍କୁ ମନ୍ଦିର ବାହାରକୁ ବାହାର କରାଯାଇଛି ।ଖବର ଅନୁଯାୟୀ, ପବିତ୍ର ସ୍ନାନ ପୂର୍ଣ୍ଣିମା ଲାଗି କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଅଣହିନ୍ଦୁ ଜଣକ ପ୍ରବେଶ କରିଥିଲେ । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଦେଖି ପରେ ତାଙ୍କୁ ବାହାରକୁ ବାହାର କରିଥିଲେ ।
ସେପଟେ ଘଟଣାକୁ ନେଇ ଏସପି କହିଛନ୍ତି ଯେ, ଘଟଣା ନଜରକୁ ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଛି । ସମ୍ପୃକ୍ତ ଅଣହିନ୍ଦୁଙ୍କୁ ମନ୍ଦିରରୁ ବାହାର କରାଯାଇଛି । କେଉଁ ପରିସ୍ଥିତିରେ ସେ ଭିତରକୁ ପ୍ରବେଶ କଲେ , ତାହାର ତଦନ୍ତ ହେବ।