ଜାଣନ୍ତୁ, ପୁଅ ନା ଝିଅ କିଏ ଅଧିକ ସ୍ମାର୍ଟ ? କଣ କହୁଛି ରିସର୍ଚ୍ଚ

ଜାଣନ୍ତୁ, ପୁଅ ନା ଝିଅ  କିଏ ଅଧିକ ସ୍ମାର୍ଟ ? କଣ କହୁଛି ରିସର୍ଚ୍ଚ

ପୁଅ ଝିଅ ମଧ୍ୟରେ କିଏ ଅଧିକ ସ୍ମାର୍ଟ ? ଏ ଆଲୋଚନା ପ୍ରାୟ ସମସ୍ତଙ୍କ ଘରେ ହୋଇଥାଏ । ଆଉ ଏହି ଆଲୋଚନା କେବେ ବନ୍ଦ ହୁଏନାହିଁ । ବର୍ତ୍ତମାନ ଗବେଷଣା ପରେ ଏହି ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଛି। ଏବେ ସ୍ପଷ୍ଟ ହୋଇଛି ଯେ, କୁନି ଝିଅର ଦିମାଗ ଏକ କୁନି ପୁଅର ଦିମାଗ ଠାରୁ ଖୁବ୍‌ କମ୍ପ୍ଲେକ୍‌ସ ।

ଅର୍ଥାତ ଝିଅର ମସ୍ତିସ୍କ ପୁଅ ଅପେକ୍ଷା ଅଧିକ ବେଗରେ ଚାଲିଥାଏ। ଜର୍ମାନୀର ତୁବିଂଗେନ୍‌ ବିଶ୍ୱବିଦ୍ୟାଳୟରେ ଗବେଷଣା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି।

କୁନି ପିଲାଙ୍କ ମସ୍ତିଷ୍କର ଚୁମ୍ବକୀୟ ଶକ୍ତି ବା ମ୍ୟାଗ୍ନେଟିକ୍ ପାୱାରର ବିଭିନ୍ନ ଦିଗରୁ ରିସର୍ଚ୍ଚ କରି ବିଶେଷଜ୍ଞ ମାନେ ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଏହାକୁ ମାପିବା ପାଇଁ ବିଶେଷଜ୍ଞ ବା ରିସର୍ଚ୍ଚରମାନେ ଶବ୍ଦ ତରଙ୍ଗର ବ୍ୟବହାର କରିଥିଲେ । ଅର୍ଥାତ୍‌ ଶବ୍ଦ ତରଙ୍ଗର ବ୍ୟବହାର କରି ସେମାନେ ଉଭୟ କୁନି ପୁଅ ଓ କୁନି ଝିଅର ମସ୍ତିଷ୍କକୁ ମାପିବାକୁ ଚେଷ୍ଟା କରିଥିଲେ । ଆଉ ସେମାନେ ଜାଣିବାକୁ ପାଇଥିଲେ ଯେ, କୁନି ଝିଅମାନଙ୍କ ମସ୍ତିଷ୍କ ଖୁବ୍‌ କମ୍ପ୍ଲେକ୍‌ସ । ସେମାନଙ୍କ ଦିମାଗ ବା ମସ୍ତିଷ୍କ ବିଭିନ୍ନ ଦିଗରୁ କାମ କରିଥାଏ । କିନ୍ତୁ ସେହି ତୁଳନାରେ ଜଣେ କୁନି ପୁଅର ମସ୍ତିଷ୍କ ଅତି ସାଧାରଣ ଓ ସିମ୍ପଲ ହୋଇଥାଏ ।