ରାଜ୍ୟ କୃଷିମବୀଙ୍କ ସରକାରୀ ବାସଭବନ ସ୧ୁଖରେ ପରିବା ବିକିଲା ଛାତ୍ର କଂଗ୍ରେସ ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ରାଜ୍ୟ କୃଷିମବୀଙ୍କ ସରକାରୀ ବାସଭବନ ସ୧ୁଖରେ ପରିବା ବିକିଲା ଛାତ୍ର କଂଗ୍ରେସ ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର ତା. ୯.୭- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ କୃଷିମବୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସ୧ୁଖରେ ପ୍ରଦେଶ ଛାତ୍ର କଂଗ୍ରେସ ସୁଲଭ ମୂଲ୍ୟରେ ପରିବା ବିକି ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ବିକ୍ଷୋଭ କରିଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ସେଠାରେ ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ କିଲୋ ୩୦ ଟଙ୍କା, ଝୁଡ଼ଙ୍ଗ କିଲୋ ୨୫ ଟଙ୍କା ସାରୁ କିଲୋ ୩୦ ଟଙ୍କା ପ୍ରଭୃତି ପୋଟଳ, ଲଙ୍କା ଏବଂ ଅନ୍ୟାନ୍ୟ ପରିବା ଅଧା ଦରରେ ବିକ୍ରି କରାଯାଇଥିଲା । ବାଟରେ ଯାଉଥିବା ସାଧାରଣ ଖାଉଟି
ଏହାକୁ କ୍ରୟ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ଆଜିର ପରିବା ଦର ଏବଂ ସଉଦା ଦର ବୃଦ୍ଧି ପାଇଁ ମୋଦି ଓ ନବୀନ ଶାସନ ଦାୟୀ । ଚାଷୀ ଅମଳ ଋତୁରେ ତାର ପରିବାକୁ ସାଇତିବା ପାଇଁ ରାଜ୍ୟ ସରକାର ୨୩ ବର୍ଷ ଭିତରେ ଶୀତଳ ଭଣ୍ଡାର କରିପାରିଲେ ନାହିଁ । ସବୁବେଳେ ନିର୍ବାଚନ ସମୟରେ ଶୀତଳ ଭଣ୍ଡାରରର ପ୍ରତିଶୃତି ଦେଲେ ମାତ୍ର ଭୋଟ ଲୁଟିନେଲା ପରେ ଏକଥାକୁ ପାଶୋରି ଗଲେ ।

୨୩ ବର୍ଷ ଭିତରେ ଓଡ଼ିଶାରେ ୧୩୧ଟି ଶୀତଳ ଭଣ୍ଡାରରୁ ୮୨ ଟି ଅଚଳ । ୧୩ ଟି ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ । ଟମାଟୋ ଅମଳ ଋତୁରେ ହାଟରେ ଚାଷୀ କିଲୋ ପିଛା ୫୦ ପଇସାରେ କାନ୍ଦି କାନ୍ଦି ବିକୁଛି । ରାଜ୍ୟ ସରକାର ୨୦୧୮ ମସିହାରେ କହିଲେ ରାଜ୍ୟରେ ୧୫୦ଟି ଶୀତଳ ଭଣ୍ଡାର କରିବାପାଇଁ । ୨୦୨୩ ହେଲାଣି ଶୀତଳ ଭଣ୍ଡାରର ଦେଖାନାହିଁ । ନିର୍ବାଚନ କବାଟ ଠକ ଠକ କରୁଥିବା ବେଳେ ହଠାତ ନବୀନ ସରକାର ଘୋଷଣା କରୁଛନ୍ତି ଯେ ଓଡ଼ିଶାରେ ୧୦୦୦ ଟି ଶୀଳତ ଭଣ୍ଡାର କରିବେ । ଏଥିରେ କେବଳ ଖାଉଟିଙ୍କୁ ଭୁଆଁ ବୁଲାଯାଉଛି । ୨୩ ବର୍ଷରେ ଶୀତଳ ଭଣ୍ଡାର ସମସ୍ୟାକୁ ସମାଧାନ କରିପାରିନଥିବା ନବୀନ ସରକାର ଏବେ ପ୍ରତିଶୃତି ପାଳନ କରିପାରିବେ ବୋଲି ଜନସାଧାରଣ ଭରଷା କରିପାରୁନାହାନ୍ତି । ଭାରତୀୟ କୃଷି ରିସର୍ଚ ପରିଷଦର ରିପୋର୍ଟରେ ଓଡ଼ିଶାରେ ବାର୍ଷିକ ୧ଲକ୍ଷ ୪୫ ହଜାର ଟନ ଫଳ ଏବଂ ଏବଂ ୪ରୁ ୫ ଲକ୍ଷ ଟନ ପରିବା ନଷ୍ଟ ହୋଇଯାଉଛି ଏବଂ ଏଥିପାଇଁ ଶୀତଳ ଭଣ୍ଡାର ସମସ୍ୟା ହିଁ ଦାୟୀ । ଖାଉଟିର ଲୁହକୁ ନବୀନ ସରକାର ବୁଝିପାରୁ ନାହାନ୍ତି । ଅନ୍ୟପକ୍ଷରେ ତୈଳଦର ବୃଦ୍ଧି ଏବଂ ଜିଏସ୍‌ଟି ବୋଝ ପାଇଁ ଡାଲି, ତେଲ, ଜିରା, ଶୋରିଷ ଆଦି ନିତ୍ୟବ୍ୟବହାର୍ଯ୍ୟ ଦର ଆକାଶ ଛୁଆଁ ହୋଇଛି । ଏହା କିପରି ନିୟବଣ ହେବ ସେ ଦିଗରେ ମୋଦି ସରକାର ମଧ୍ୟ ପଦକ୍ଷେପ ନେଉନାହାନ୍ତି । ସୁତରାଂ ଆଜିର ଆକାଶ ଛୁଆଁ ଦର ନବୀନ ଓ ମୋଦି କୃତ । ଖାଉଟିର ଲୁହରେ ଉଭୟ ସରକାରର ପତନ ସୁନି୧⁄୨ିତ । ବଜାର ଦର ନିୟବଣ ପାଇଁ ଏବଂ ଶୀତଳ ଭଣ୍ଡାର ପର୍ଯ୍ୟାପ୍ତ ପରିମାଣରେ କରିବାପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଉଛି । ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ବଜାର ଦର ଅନିୟବିତ ହେଉଥିବା ବେଳେ ପ୍ରଧାନ ମବୀ ନରେନ୍ଦ୍ର ମୋଦି ଓ ମୁଖ୍ୟମବୀ ଚୁପ ବସିଛନ୍ତି । ଖାଉଟିର ଲୁହ ଏମାନଙ୍କୁ ପ୍ରଭାବିତ କରିପାରୁ ନାହିଁ । ଖାଉଟିଙ୍କ ଠୁ ଭୋଟ ନେଇ ଏମାନେ ଶାସନ ଗାଦିରେ ବସିଛନ୍ତି ହେଲେ ଖାଉଟିଙ୍କ ସମସ୍ୟାର ସମାଧାନ କରୁନାହାନ୍ତି । ଆଜିର କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ଆଲୋକ ଲେଙ୍କା, ରଣଜିତ ପାତ୍ର, ଅଜୟ ସାହୁ, ପ୍ରଭାତ ପ୍ରତାପ ସିଂ, ରଣଜିତ ସେନାପତି, ଅଖିଳେଷ ଯାଦବ, ଜଗଦିଶ ଗଜେନ୍ଦ୍ର, ବିରଂଚି ବାରିକ, ସୁରଜ ରାଉତ, ଅବିନାଷ ନନ୍ଦ, ସ୍ପନ୍ଦନ ସ୍ୱାଇଁ, ସମୀର ରାଉତ, ଆର୍ଯ୍ୟାନ ସାସମଲ, ରାଜଦ୍ୱୀପ ବେହେରା, ରାମେଶ୍ୱର ଶତପଥି, ପ୍ରଭୁଶକ୍ତି ପ...ନାୟକ, ଆର୍ଯ୍ୟାନ ପ୍ରସାଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।