ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଗଡ଼ : ଯୁବକଙ୍କ ସନ୍ଦେହଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର। କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୁବକ ଜଣଙ୍କ ହେଉଛନ୍ତି ଜୟପତି ମାଝୀ।

ସୂଚନାନୁଯାୟୀ, ରେଙ୍ଗାଳପାଲି ଗ୍ରାମର ଜୟପତି ମାଝୀଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। ତାଙ୍କ ଶରୀରରେ ରକ୍ତ ଛିଟା ଲାଗିଥିବାରୁ ହତ୍ୟା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତନାଘନା କରୁଛି।