ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ସନମୀରା ଶ୍ରେଷ୍ଠ ଅଭିନେତ୍ରୀ, ପାର୍ଥସାରଥୀ ଶ୍ରେଷ୍ଠ ଅଭିନେତା

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ସନମୀରା ଶ୍ରେଷ୍ଠ ଅଭିନେତ୍ରୀ, ପାର୍ଥସାରଥୀ ଶ୍ରେଷ୍ଠ ଅଭିନେତା

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ସନମୀରା ଶ୍ରେଷ୍ଠ ଅଭିନେତ୍ରୀ, ପାର୍ଥସାରଥୀ ଶ୍ରେଷ୍ଠ ଅଭିନେତା
ଭୁବନେଶ୍ୱର: ୨୦୧୭ ବର୍ଷ ପାଇଁ ଆଜି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ହେଲୋ ଆରସି’ ପାଇଁ ପାର୍ଥସାରଥୀ ରାୟ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ସେହିଭଳି ସମ୍ବିତ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଏହି ପୁରସ୍କୃତ ହେବେ। ‘ଲୈଲା ଓ ଲୈଲ’ ପାଇଁ ସନମୀରା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ଏଡିଟର ରବିଶଙ୍କର ପଟ୍ଟନାୟକଙ୍କୁ ‘ଜୟଦେବ ସମ୍ମାନ’ ମିଳିବ ବୋଲି ଘୋଷଣା କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହିତ ୬ଷ୍ଠ ରାଜ୍ୟ ଟେଲି ପୁରସ୍କାର ବି ଘୋଷଣା କରାଯାଇଛି। ତରଙ୍ଗ ପ୍ରଡକ୍ସନର ‘ନୂଆବୋହୂ’ ଶ୍ରେଷ୍ଠ ଧାରାବାହିକ ଭାବେ ରାଜ୍ୟ ଟେଲି ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ସେହିପରି ‘ନୂଆବୋହୂର’ ଜଗଜିତ ପାଲ୍ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଟେଲି ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି