ହାଇୱା ଟ୍ରକ୍ ଧକ୍କା,  ଚାଲିଗଲା ଚାଳକଙ୍କ ଜୀବନ

ହାଇୱା ଟ୍ରକ୍ ଧକ୍କା,  ଚାଲିଗଲା ଚାଳକଙ୍କ ଜୀବନ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ବାଇବାଇ ଗାଁ ନିକଟ ରାଜ୍ୟ ରାଜପଥ ୧୦ରେ ଆଜି ସକାଳ ପ୍ରାୟ ସାତଟାରେ ଏକ ୭୦୯ ଟ୍ରକ୍ ପଛରେ ହାଇୱା ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହାଇୱା ଟ୍ରକ୍ ର ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ଡ୍ରାଇଭର ଝାଡ଼ଖଣ୍ଡ ରାଜ୍ୟ ପାଲମୁ ଜିଲ୍ଲା କ୍ଷେତ୍ରପୁର ଗ୍ରାମର ୨୩ ବର୍ଷୀୟ ଛୋଟୁ କୁମାର ଯାଦବ ବୋଲି ଜଣାପଡିଛି।ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗାଡ଼ିଗୁଡ଼ିକୁ ପାର୍ଶ୍ବକୁ କରିବାପରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା।