ଅଧୀର ରଞ୍ଜନ ଲୋକସଭାରୁ ନିଲମ୍ବିତ
ଭୁବନେଶ୍ୱର: କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ସଂସଦର କାର୍ୟ୍ୟ ଚାଲିଥିବା ବେଳେ ସେ ବିଶୃଙ୍ଖଳା ଆଚରଣ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେବା ବେଳେ ସେ ଏଥିରେ ହସ୍ତକ୍ଷେପ କରିଥିଲେ।
ଏଥିପାଇଁ ବିଜେପି ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୋଟିଏ ସଂକଳ୍ପ ଆଣିଥିଲେ। ଏହାକୁ ସବୁ ସଦସ୍ୟ ସମର୍ଥନ କରିବାରୁ ଅଧୀର ରଞ୍ଜନ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ସ୍ୱାଧିକାର କମିଟି ଏ ସମ୍ପର୍କରେ ରିପୋର୍ଟ ନ ଦେବା ଯାଏ ଅଧୀର ରଞ୍ଜନ ଚୌଧୁରୀ ଲୋକସଭାକୁ ଆସି ପାରିବେ ନାହିଁ। ମନ୍ତ୍ରୀ ଯୋଶୀ ଆଣିଥିବା ସଂକଳ୍ପରେ ଶ୍ରୀ ଚୌଧୁରୀ ବାରମ୍ବାର ଗୃହକୁ କାର୍ୟ୍ୟରେ ବାଧା ସୃଷ୍ଟି କରୁଥିଲେ ଓ ସଂସଦର କାର୍ୟ୍ୟ ସମୟରେ ସେ ଦେଶର ଛବିକୁ ମଳିନ କରିବାକୁ ଚେଷ୍ଟା କରିଥିଲେ ବୋଲି ଉଲ୍ଲେଖ କରାଯାଇଛି।