ବାଦାମବାଡି ପୋଲିସ ହାତରେ ଲାଗିଲା କୁଖ୍ୟାତ ବାଇକ ଲୁଟେରା

ବାଦାମବାଡି ପୋଲିସ ହାତରେ ଲାଗିଲା କୁଖ୍ୟାତ ବାଇକ ଲୁଟେରା

ବାଦାମବାଡି ପୋଲିସ ହାତରେ ଲାଗିଲା କୁଖ୍ୟାତ ବାଇକ ଲୁଟେରା
ବାଦାମବାଡି ପୋଲିସ ହାତରେ ଲାଗିଲା କୁଖ୍ୟାତ ବାଇକ ଲୁଟେରା

କଟକ ବାଦାମବାଡି ପୋଲିସ କବଜାରେ କୁଖ୍ୟାତ ବାଇକ ଲୁଟେରା। ବଜ୍ରକବାଟି ନିକଟ ଏକ ଗାର୍ମେଣ୍ଟ ଶୋ ରୁମ ନିକଟରୁ ଏକ ବାଇକ ଚୋରି ନେଇ ନବଦୀପ ସିଂ ନାମକ ବ୍ୟକ୍ତି ଗତ 21 ତାରିଖରେ ବାଦାମବାଡି ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାର ପୋଲିସ ତଦନ୍ତ କରି ଅଭିଯୁକ୍ତ ଜଗତସିଂହପୁର ର ମୁନା ଓରଫ ଵିଶ୍ୱଜିତ ସ୍ୱାଇଁ କୁ ଗିରଫ କରିଛି। ତେବେ ତା ନିକଟରୁ ଚୋରି ହୋଇଥିବା ଗାଡି ସମେତ 5 ଟି ବାଇକ ଜବତ କରିଛି। ପୋଲିସ ର ସୂଚନା ଅନୁଯାୟୀ ବିଶ୍ୱଜିତ ବିଭିନ୍ନ ସ୍ଥାନରେ ପାର୍କିଂ ହୋଇଥିବା ଗାଡି ଗୁଡିକୁ ଟାର୍ଗେଟ କରି ଚୋରି କରୁଥିଲା। ଏହାପରେ ଚୋରି ଗାଡି ଗୁଡିକୁ 20 ରୁ 25 ଟଙ୍କାରେ ବିକ୍ରି କରୁଥିଲା। ତେବେ ସାଧାରଣତ ଗାଡି କିଣାବିକା ବାବଦ ତଥ୍ୟ ଜାଣୁନଥିବା ବ୍ୟକ୍ତି ଙ୍କୁ ସେ ଗାଡି ବିକ୍ରି କରୁଥିଲା। ତେବେ ଗାଡି କିଣିଥିବା ଲୋକେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଏସିପି କହିଛନ୍ତି। ଅଭିଯୁକ୍ତ କୁ କୋର୍ଟ ଚାଲାଣ ସହ ତା ବିରୁଦ୍ଧରେ ଅଭ୍ୟାସଗତ ଅପରାଧୀ ମାମଲା ଦାୟର କରାଯିବ ବୋଲି କହିଛନ୍ତି।