ପୁଣି ଚର୍ଚାରେ କେନ୍ଦୁଝର ରକ୍ତ ଭଣ୍ଡାର
ଦଲାଲଙ୍କ କବଜା ରେ କେନ୍ଦୁଝର ରକ୍ତ ଭଣ୍ଡାର ଯାହାର ଶିକାର ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ଖଟି ଖିଆ। ଜଣେ ରୋଗୀଙ୍କ ଠାରୁ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କେନ୍ଦୁଝର ବଡବିଲ ଅଞ୍ଚଳ ରୁ ଆସିଥିବା ଜଣେ ରୋଗୀ ଗତ ୨୯ ରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ସେଠାରେ ଲିଭର୍ ରେ ଅସୁବିଧା ରହିଛି ବୋଲି ଡାକ୍ତର କହିଥିଲେ। ତିନୋଟି ରକ୍ତ ଲାଗିବ ବୋଲି ଡାକ୍ତର କହିବାରୁ ତାଙ୍କର ସମ୍ପର୍କୀୟ ଙ୍କ ଠାରୁ ବୁଝା ସୁଝା ପରେ ମେଡିକାଲ ସମ୍ମୁଖ ରେ ରାଜେନ୍ଦ୍ର ସାହୁ ନାମକ ଯୁବକ ସହିତ ସୁନିଆ ମୁଣ୍ଡାଙ୍କ ସ୍ତ୍ରୀ ଗୀତା ମୁଣ୍ଡା ରକ୍ତ ବନ୍ଦୋବସ୍ତ କରି ଦେବେ ବୋଲି କହିଥିଲେ। ପରବର୍ତ୍ତୀ ସମୟ ରେ ତିନି ହଜାର ଟଙ୍କା ଦାବି କରିଥିଲା ରାଜେନ୍ଦ୍ର ସାହୁ। ବହୁ କଷ୍ଟ ରେ ଯୋଗାଡ କରି ତିନି ହଜାର ଟଙ୍କା ଫୋନ ପେ ମାଧ୍ୟମ ରେ ତାଙ୍କ ସମ୍ପର୍କୀୟ ଙ୍କ ମାଧ୍ୟମ ରେ ଦେଇଥିଲେ।ସୂଚନା ପାଇ ଏ ସମ୍ପର୍କ ରେ ଏକ ସ୍ବେଛସେବୀ ସଂଗଠନ ତାଙ୍କୁ ଭେଟିଥିଲେ। ପରେ ମହିଳା ଜଣକ କେନ୍ଦୁଝର ଟାଉନ ଥାନା ରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ରକ୍ତ ଭଣ୍ଡାରରେ କାଳେଙ୍କାରୀ କରୁଥିବା ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିବା ଜଣାପଡିଛି। ମେଡିକାଲ କୁ ଆସୁଥିବା ଏଭଳି ଅନେକ ରୋଗୀ ଏହି ଦଲାଲ ଙ୍କ କବଜା ରେ ପଡ଼ି ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ନଜର କୁ ଆସିଛି। ଯାହାକୁ ନେଇ ଅନେକ ଥର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ମେଡିକାଲ କତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି। ରକ୍ତ ଭଣ୍ଡାର ର କିଛି କର୍ମଚାରୀ ଙ୍କ ସହିତ ଏହି ଦଲାଲ ସାମିଲ ଥିବା ମଧ୍ୟ ଅଭିଯୋଗ ହେଉଛି ଯାହାକୁ ନେଇ ସ୍ବେଛାସେବୀ ସଂଗଠନ ଏହାର ଏକ ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି। ଏତେ ପରେ ମୁଖ୍ୟ ଚିକିତ୍ସାଧିକାରି ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।