ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ୍

ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ୍

ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ୍ । ବିଜେଡି ସରକାର କ୍ଷମତାରେ ଥିବାବେଳେ ପାଣ୍ଡିଆନଙ୍କ ଘରକୁ ବି କଡ଼ା ସୁରକ୍ଷା ଦିଆଯାଉଥିଲା । ସୁରକ୍ଷାକର୍ମୀ ରାତିଦିନ ଜଗି ରହୁଥିଲେ। ତେବେ ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଯାଉଛି ।
ଏମିତି କି ପାଣ୍ଡିଆନ୍‌ଙ୍କ ସୁରକ୍ଷା ପାଇଁ ତାଙ୍କ ସରକାରୀ ବାସଭବନ ନିକଟରେ ଏକ ଅସ୍ଥାୟୀ ପୋଲିସ୍‌ ପାଣ୍ଡି ମଧ୍ୟ ହୋଇଥିଲା । କ୍ୱାର୍ଟରକୁ ଜଗି ରହିଥିବା ସୁରକ୍ଷାକର୍ମୀ ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଟିଏ ମିନିଟ୍ ସେଠାରେ ଠିଆ ହେବାକୁ ଅନୁମତି ଦେଉ ନଥିଲେ। ତେବେ ବିଜେଡି ସରକାର କ୍ଷମତାରୁ ହଟିବା ପରେ ତାଙ୍କ ବାସଭବନ ନିକଟରୁ ପୋଲିସ୍‌ ଛାଉଣୀ ହଟିବା ସହ ବ୍ୟାରିକେଡ୍‌ ମଧ୍ୟ ହଟାଯାଇଛି ।