ନବୀନ ନିବାସରେ ସନ୍ତୋଷ ଖଟୁଆ

ନବୀନ ନିବାସରେ ସନ୍ତୋଷ ଖଟୁଆ

ଭୁବନେଶ୍ୱର: ନୀଳଗିରି ବିଧାନସଭା ଆସନ ନେଇ ବିଜେଡିର ଅଙ୍କ ଛିଣ୍ଡୁନି । ଏହି ଆସନ ପାଇଁ ଏକାଧିକ ଆଶାୟୀ ଥିବାରୁ ବଢୁଛି ବିଜେଡିର ଟେନସନ । ତେବେ ଏହି ଆସନ ପାଇଁ ପ୍ରମୁଖ ଆଶାୟୀ କୁହାଯାଉଥିବା ସନ୍ତୋଷ ଖଟୁଆ ଆଜି ପୁଣି ଥରେ ଡାକରା ପାଇ ନବୀନ ନିବାସ ଯାଇଛନ୍ତି । ପୂର୍ବରୁ ଆଜି ସକାଳେ ସନ୍ତୋଷ ନବୀନ ନିମାସ ଯାଇଥିଲେ । କୁହାଯାଉଛି ଯେ ସୁକାନ୍ତ ନାୟକ ବିଜେଡିରେ ମିଶିବା ପରେ ସନ୍ତୋଷଙ୍କ ଅଡ଼ୁଆ ବଢିଯାଇଛି । ନିକଟରେ ବିଜେପି ଛାଡ଼ି ବିଜେପିରେ ମିଶିଥିବା ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ନୀଳଗିରି ପାଇଁ ଆଶାୟୀ ଥିବା କୁହାଯାଉଛି । 

ପ୍ରକାଶ ଯେ  ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡି ବିଜେଡିରେ ମିଶିବା ପରେ ନୀଳଗିରି ବିଧାନସଭା ଆସନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ସୁକାନ୍ତ ନାୟକଙ୍କୁ ନୀଳଗିରି ବିଧାନସଭା ପାଇଁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଏହାରି ଭିତରେ ନବୀନ ନିବାସରେ ପହଞ୍ଚିଛନ୍ତି ସନ୍ତୋଷ ଖଟୁଆ । ଗତ ଥର ସେ ନୀଳଗିରିରୁ ଲଢି ପରାସ୍ତ ହୋଇଥିଲେ । ଏବେ ନବୀନ ନିବାସରେ ପହଞ୍ଚିବା ପରେ ସନ୍ତୋଷ ଖଟୁଆ କହିଛନ୍ତି, ତାଙ୍କର ନିର୍ବାଚନ ଲଢିବାକୁ ଆଶା ଅଛି । ଯଦି ମୁଖ୍ୟମନ୍ତ୍ରୀ ସୁକାନ୍ତ ନାୟକଙ୍କୁ ସମର୍ଥନ ଦେବାକୁ କହିବେ ତେବେ ସେ ସମର୍ଥନ ଦେବେ । ଯଦି ତାଙ୍କୁ ଲଢିବାକୁ କହନ୍ତି, ତେବେ ସେ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।