ଦଳ ଚାହିଁଲେ ମୁଁ ଚାନ୍ଦବାଲିରୁ ଲଢିବି: ମନମୋହନ

ଦଳ ଚାହିଁଲେ ମୁଁ ଚାନ୍ଦବାଲିରୁ ଲଢିବି: ମନମୋହନ

ଭୁବନେଶ୍ୱର: ମେଣ୍ଟ ସସପେନ୍ସ ମଧ୍ୟରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, ମେଣ୍ଟ କଥା ରାଷ୍ଟ୍ରୀୟ ସଭାପତି ବୁଝିବେ । ଓଡ଼ିଶାରେ ବିଜେପି କେମିତି ଲଢିବ, କାହା ସାହାଯ୍ୟରେ ଲଢିବ ତାହା ବିଜେପି ସଂସଦୀୟ କମିଟି ନିଷ୍ପତ୍ତି ନେବ ।

ଶନିବାର ଚାନ୍ଦବାଲି ଗସ୍ତରେ ଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମନମୋହନ ସାମଲ । ଚାନ୍ଦବାଲିରୁ ଲଢିବେ କି ନାହିଁ ଉତ୍ତରରେ ମନମୋହନ କହିଛନ୍ତି ଦଳ ଚାହିଁଲେ ସେ ଚାନ୍ଦବାଲି ଆସନରୁ ନିର୍ବାଚନ ଲଢିବେ । ବିଗତ ୫ ବର୍ଷ ଧରି ଚାନ୍ଦବାଲି ଲୋକଙ୍କ ସହ ସେ ଅଛନ୍ତି ଓ ତାଙ୍କ ସେବା କରୁଛନ୍ତି । ଏହା ସହ ମନମୋହନ କହିଛନ୍ତି, ରାଜ୍ୟରେ ବିଜେପି ଏକାକୀ ଲଢିବାର କ୍ଷମତା ରଖିଛି । ଦିଲ୍ଲୀରୁ ଫେରିବା ପରେ ମେଂଟ ନେଇ କୌଣସି ଆଲୋଚନା ହୋଇନଥିବା କହିଥିଲେ ମନମୋହନ ସାମଲ । ଏହା ସହ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ମଧ୍ୟ ଏହାକୁ ଖଣ୍ଡନ କରିଥିଲେ ।