ଶାହା ଓ ଜୟଶଙ୍କର ଏବେ ଆତଙ୍କବାଦୀଙ୍କ ଟାର୍ଗେଟ

ଶାହା ଓ ଜୟଶଙ୍କର ଏବେ ଆତଙ୍କବାଦୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ ; ଆମେରିକାରୁ ନେଟ୍‌ୱର୍କ ଚଳାଇଥିବା ଆତଙ୍କବାଦୀ ଜି ଏସ୍‌  ପନ୍ନୁର ଟାର୍ଗେଟରେ ଏବେ ବି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର । ବେଆଇନ ଘୋଷିତ ଶିଖ୍‌ ଫର ଜଷ୍ଟିସ୍‌ (ଏସ୍‌ଜେଏଫ୍‌ ) ପାଇଁ  କାର୍ଯ୍ୟ  କରୁଥିବା ପନ୍ନୁ ଉପରୋକ୍ତ ଦୁଇ ମନ୍ତ୍ରୀ ଏବଂ କାନାଡାରେ ଅବସ୍ଥାପିତ ରାଷ୍ଟ୍ରଦୂତ ସଂଜୟ କୁମାର ବର୍ମାଙ୍କ ବିଦେଶ ଗ୍ରସ୍ତ ସଂପର୍କରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ପାଇଁ ୧୨୫୦୦୦ ଡଲାରର ପୁରସ୍କାର ରାଶି ଘୋଷଣା କରିଛି । ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ ଅଧୀନରେ ଜାତୀୟ ତଦନ୍ତକାରୀ ସଂସ୍ଥା ( ଏନଆଇଏ ) ପନ୍ନୁକୁ ୱଂଟେଡ ତାଲିକାରେ ରହିଛି । ପନ୍ନୁ ନିକଟରେ ଉଭୟ ଆମେରିକା ଓ କାନାଡାର ପାର୍ସପୋଟ ରହିଛି । ଶିଖ୍‌ ଉଗ୍ରବାଦସଙ୍କ ମଧ୍ୟରେ ଗ୍ୟାଙ୍ଗୱାର କରି ଗତ ଜୁନ୍‌ରେ ଭାଙ୍କୋଭରଠାରେ  ଅନ୍ୟତମ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରକୁ ଗୁଳିକରି ହତ୍ୟା ପଛରେ ପନ୍ନୁ ଉପରୋକ୍ତ ବ୍ୟକ୍ତିମାନଙ୍କୁ ଦାୟୀ କରିଛି । ଏସ୍‌ଜେଏଫ୍‌ ପକ୍ଷରୁ କାନାଡାରେ ବସବାସ କରୁଥିବା ଖଲିସ୍ତାନୀ ଉଗ୍ରବାଦୀମାନଙ୍କୁ ଓଟୱା, ଟରଂଟୋ ଏବଂ ଭଙ୍କୋଭରସ୍ଥିତ ଭାରତୀୟ ଦୂତବାସ କାର୍ଯ୍ୟାଳୟକୁ ଆସନ୍ତା ଅଗଷ୍ଟ ୧୫ରେ ଘେରାଉ ପାଇଁ ଆହ୍ୱାନ ଦିଆଯାଇଛି । ଏଥିସହିତ ଭାଙ୍କେଭରଠାରେ  ସେପ୍ଟେମ୍ବର ୧୦ରେ ଜନମତ ସଂଗ୍ରହ ପାଇଁ ଘୋଷଣା କରିଛି ।