କାହିଁକି ବିଦ୍ୟୁତ କଟୁଛି କାରଣ ଖୋଜିବେ ମୁଖ୍ୟ ଶାସନ ସଚିବ

କାହିଁକି ବିଦ୍ୟୁତ କଟୁଛି କାରଣ ଖୋଜିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ସୋମବାର ମୁଖ୍ୟ ଶାସନ ସଚିବ ବିଦ୍ୟୁତ ବିଭ୍ରାଟ ନେଇ ସମୀକ୍ଷା କରିବେ । କାହିଁକି ବିଦ୍ୟୁତ କଟୁଛି କାରଣ ଖୋଜିବେ ମୁଖ୍ୟ ଶାସନ ସଚିବ । ଟାଟା କମ୍ପାନିର ବରିଷ୍ଠ ଅଧିକାରୀ , ୪ ବିଦ୍ୟୁତ ବଣ୍ଟନ କାରୀ କମ୍ପାନିର ସିଇଓ ଙ୍କ ସହିତ ବରିଷ୍ଠ ଅଧିକାରୀ ଯୋଗଦେବେ ।

ରାଜ୍ୟରେ ବିଜୁଳି ବିଭ୍ରାଟ ନେଇ ଅସନ୍ତୋଷ ଦେଖାଦେବା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଧ୍ୟ ବିଦ୍ୟୁତ କମ୍ପାନିଗୁଡ଼ିକୁ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ବିଦ୍ୟୁତ ବିଭ୍ରାଟକୁ ନେଇ ଅସନ୍ତୋଷ ଦେଖି ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ। ସେପଟେ ବିଦ୍ୟୁତ ବିଭ୍ରାଟକୁ ନେଇ ଜୋର ଧରିଛି ରାଜନୀଚି। ରାଜ୍ୟ ସରକାର ଓ ଟାଟା କମ୍ପାନିକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ନିରବଚ୍ଛିନ୍ନ ବିଜୁଳି ଯୋଗାଣ ରେ ସରକାର ବିଫଳ । ୨୪ ଘଣ୍ଟିଆ ବିଜୁଳି ଯୋଗାଣ ସ୍ଲୋଗାନ ନୁହେଁ କାର୍ୟ୍ୟରେ ପରିଣତ କର ବୋଲି ବିଜେପି କହିଛି।