ବିଶ୍ୱକଲ୍ୟାଣାର୍ଥେ ଭୂଦେବୀ ପରିକ୍ରମା ପାଇଁ ସ୍ୱାମୀ ଶିବ ଚିଦାନନ୍ଦ ମହାରାଜଙ୍କ ଟରେଣ୍ଟୋ ଯାତ୍ରା
ବିଶ୍ୱକଲ୍ୟାଣାର୍ଥେ ଭୂଦେବୀ ପରିକ୍ରମା ପାଇଁ ସ୍ୱାମୀ ଶିବ ଚିଦାନନ୍ଦ ମହାରାଜଙ୍କ ଟରେଣ୍ଟୋ ଯାତ୍ରା
ଭୁବନେଶ୍ୱର, ୧୭/୦୬ : ୧୯୫୮ ମସିହାରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଦ୍ୱାରା ମନ୍ତ୍ର ଦୀକ୍ଷିତ
ହୋଇ, ୧୯୭୭ ମସିହାରେ ଅଧ୍ୟାପନା ସେବାନିବୃତି ନେଇ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ଭାବରେ
ଦୀର୍ଘ ୪୦ ବର୍ଷ ଧରି ଦିବ୍ୟ ଜୀବନ ସଂଘ ଓ ଖଣ୍ଡଗିରିସ୍ଥ ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟରେ
ସେବା ଦେଇ ବର୍ତ୍ତମାନ ପୂର୍ଣ୍ଣତାବୋଧ ହେତୁ ବଶ୍ୱକଲ୍ୟାଣାର୍ଥେ ଭୂଦେବୀ ପରିକ୍ରମା କରିବା ପାଇଁ ଶ୍ରୀ
ଗୁଣ୍ଡିଚା ତିଥି, ଜୁନ୍ ୨୦ ତାରିଖରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥାରୂଢ଼ ପଟ୍ଟଚିତ୍ର ସହିତ ବିମାନ
ଯୋଗେ ଦିଲ୍ଲୀରୁ କାନାଡାର ଟରେଣ୍ଟୋ ଯାତ୍ରା କରିବେ । ଶ୍ରୀ ଜନାର୍ଦ୍ଦନ ରେଡ୍ଡୀ ସହଯାତ୍ରୀ ରହିବେ । ଶ୍ରୀ
ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ାଦିନ ଜୁନ୍ ୨୮ ରେ ଟରେଣ୍ଟୋରୁ ଜାପାନର ଟୋକିଓ ଦେଇ ଦିଲ୍ଲୀରେ ଆସି
ପହଞ୍ôଚବେ । ଏହି ଉପଲକ୍ଷେ, ଗଣ୍ଡଗିରି ଶିବାନନ୍ଦ ବିଦ୍ୟାଳୟଠାରେ ଗତକାଲି ଏକ ସଂକ୍ଷିପ୍ତ ସମ୍ବର୍ଦ୍ଧନା
ସଭା ଅନୁଷ୍ଠିତ ହୋଇଥିଲା ।
ଏହି ନବଦିନ ଅନ୍ତରୀଣ ଘୋଷଯାତ୍ରାରେ ଭୂଦେବୀ ପରିକ୍ରମା କରି ୮୬ ବର୍ଷୀୟ ବିଶ୍ୱବନ୍ଧୁ ଶିବ
ଚିଦାନନ୍ଦ ମହାରାଜ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ମାତା ଭୂଦେବୀଙ୍କୁ ବିନୀତ ପ୍ରାର୍ଥନା କରିବେ ସମସ୍ତ
ଜୀବ ଜଗତ ତରଫରୁ ଏପରି, “ସମସ୍ତ ଜୀବଙ୍କର ସୁଖ, ଶାନ୍ତି, ସମୃଦ୍ଧି ଓ ସୁରକ୍ଷା ହେଉ । ଏକ
ମଧୁମୟ ବିଶ୍ୱରେ ପ୍ରତ୍ୟେକ ଜୀବ ଅନ୍ୟକୁ ସେବା ଓ ଆନନ୍ଦ ପ୍ରଦାନ କରୁ । ସତ୍ୟଯୁଗର ଝଲକ ସମସ୍ତେ
ଉପଲବ୍ଧି କରନ୍ତୁ ।” ସ୍ୱାମୀଜୀଙ୍କର ଏହା ଏକ ଅଭିନବ ପରିକଳ୍ପନା ବୋଲି ସ୍ୱାମୀ ଜଗନ୍ନାଥା ନନ୍ଦ
କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଦବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ପୂର୍ବତନ ପ୍ରଧାନ ଶିକ୍ଷକ
କୌଳାସ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ।




