କଟକ ମହାନଗର ନିଗମର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

କଟକ ମହାନଗର ନିଗମର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

କଟକ ମହାନଗର ନିଗମ ର ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ଦଳ ର କର୍ପୋରେଟର ମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ।  ଆଲୋଚନା ପରେ ବର୍ଷା ଋତୁ ପାଇଁ ଜୁଲାଇ 19 ତାରିଖଠାରୁ ସେପ୍ଟେମ୍ବର 15 ପର୍ଯ୍ୟନ୍ତ ସିଏମସି ବୈଷୟିକ ବିଭାଗ ର ଇଂଜିନିୟର ଓ ଅଧିକାରୀମାନେ କୌଣସି ପରିସ୍ଥିତିରେ କଟକ ବାହାରେ ରହି ପାରିବେନି କି ଲମ୍ବା ଛୁଟି ନେଇ ପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆ ଯାଉଥିଲା। ଏଥି ସହିତ ଏକ ଉଚ୍ଚସ୍ତରୀୟ କମିଟି 59 ଯାକ ୱାର୍ଡରେ ଗତ ଦୁଇ ବର୍ଷ ରେ କଣ କାମ ସବୁ ହୋଇଛି କିମ୍ବା କାମରେ ବିଳମ୍ବ ହୋଇଛି ତାହା ତଦାରଖ କରିବେ। ସେହିପରି ଖୁବଶୀଘ୍ର ରାସ୍ତାଘାଟ ରେ ବୁଲୁଥିବା ଗୋରୁଗାଈ ଓ କୁକୁର ଙ୍କ ମାଲିକ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେୟର କହିଛନ୍ତି। ଅନ୍ଯ ପକ୍ଷରେ କିଛି ପ୍ରସଙ୍ଗ ଉପରେ ବିଜେପି ଓ କଂଗ୍ରେସ କର୍ପୋରେଟର ମାନେ ଅସନ୍ତୋଷ ପ୍ରକାଶ କରି ହୋହାଲ୍ଲା କରିଥିଲେ ।