ଭିଜିଲାନ୍ସ ଜାଲରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଦରମା ପ୍ରଦାନ ଓ ଚାକିରୀ କରାଇବା ନାଁ ରେ ନେଉଥିଲେ ଲାଞ୍ଚ
ଭିଜିଲାନ୍ସ ଜାଲରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ରଞ୍ଜିବ କୁମାର ରାଉତ । ଚାକିଦେବାକୁ କହି ନେଉଥିଲେ ଲାଞ୍ଚ, ଆଉ ଠିକ୍ ଏହି ସମୟରେ ମାଡିବସିଲା ଭିଜିଲାନ୍ସ । ତେବେ ଏଭଳି ଘଟଣାଟି ଘଟିଛି, କେନ୍ଦୁଝର ଜିଲାର ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଘ୍ୟ କେନ୍ଦ୍ରରରେ । ଅଧୀକ୍ଷକ ଡକ୍ଟର ରଞ୍ଜିବ କୁମାର ରାଉତ ଓଡ଼ିଶା ଭିଜିଲାନ୍ସ ବିଭାଗ ହାତରେ ୨୦,୮୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ସୂଚନା ଅନୁସାରେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଯୋଗ ପ୍ରଶିକ୍ଷକଙ୍କ ଠାରୁ ମିଳୁଥିବା ଦରମାର ୨୦% ଅର୍ଥାତ ୧୦,୪୦୦ ଟଙ୍କା ପ୍ରତିମାସ ଲାଞ୍ଚ ଆକାରରେ ନେଉଥିଲେ। ଜଣେ ଅଭିଯୋଗକାରୀଙ୍କ ଭଉଣୀଙ୍କୁ ମଧ୍ୟ ସମାନ ଭାବେ ଯୋଗ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିବା ପାଇଁ ସେ ଟଙ୍କା ଦାବି କରିଥିଲେ ।ପରେ ବାଧ୍ୟ ହୋଇ ଅଭିଯୋଗକାରୀ ଓଡିଶା ଭିଜିଲାନ୍ସର ଟୋଲଫ୍ରି ନମ୍ବର ୧୦୬୪ ରେ ଯୋଗା ଯୋଗ କରିବା ପରେ ଭିଜିଲାନ୍ସ ଅଭିଯୁକ୍ତ ଡାକ୍ତରଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।ଶୁକ୍ରବାର କେନ୍ଦୁଝର ଭିଜିଲାନ୍ସ ଉପ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ୱରେ ଏକ ଚିମ ପହଁଞ୍ଚି ଥିଲା । ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ଯୋଗ ଶିକ୍ଷକଙ୍କ ଠାରୁ ଅଭିଯୁକ୍ତ ଡାକ୍ତର ରଞ୍ଜୀବ କୁମାର ରାଉତଙ୍କୁ ଦାବି ମୁତାବକ ୨୦,୮୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ କାବୁକରିଥିଲା । ଟିକେ ଭଲକରି ଦେଖନ୍ତୁ ଏହି ଭିଡିଓକୁ