ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ : ପାଳଙ୍ଗ-ଶାଗ ପଠାଇଲା ଇ-ମେଲ୍

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ : ପାଳଙ୍ଗ-ଶାଗ ପଠାଇଲା ଇ-ମେଲ୍

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ : ପାଳଙ୍ଗ-ଶାଗ ପଠାଇଲା ଇ-ମେଲ୍
ନଆଦିଲ୍ଲୀ: ଶାଗ ଗଛ ପଠାଇଲା ଇ-ମେଲ । ଏହା ବିଜ୍ଞାନ ଉପରେ ଆଧାରିତ କୌଣସି ହଲିଉଡ ସିନେମାର ଦୃଶ୍ୟ ନୁହେଁ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆମେରିକାର ମାସାଚୁସେଟସ ଇନଷ୍ଟିଚୁ୍ୟଟ ଅଫ ଟେକ୍ନୋଲୋଜି (ଏମଆଇଟି) ଇଞ୍ଜିନିୟରମାନେ ଅଣୁ ପ୍ରଯୁକ୍ତି ବ୍ୟବହାର କରି ଏକ ସଫଳ ପରୀକ୍ଷଣ କରିଛନ୍ତି । ଏହି ପ୍ରଯୁକ୍ତିର ବ୍ୟବହାର ଦ୍ୱାରା ସେମାନେ ପାଳଙ୍ଗ ସାଗ ଗଛକୁ ସେନସରରେ ରୂପାନ୍ତରିତ କରିଥିଲେ ଯାହାର ଚେର ଭୂତଳ ଜଳରେ ଥିବା ବିସ୍ଫୋରକ ଉପାଦାନ ସନ୍ଧାନ କରିପାରିଥିଲା । କାର୍ବନ ନାନୋଟୁ୍ୟବ ଥିବା ଶାଗ ଗଛରେ ଚେର ଜରିଆରେ ସଂଗୃହୀତ ହୋଇଥିବା ବିସ୍ଫୋରକ ଉପାଦାନ ସମ୍ପର୍କିତ ତଥ୍ୟ ବିକିରାଣ କରିଥିଲା । ସେହି ତଥ୍ୟକୁ ଏକ ଇନଫ୍ରାରେଡ କ୍ୟାମେରା ଗ୍ରହଣ କରି ଇ-ମେଲ ଜରିଆରେ ବୈଜ୍ଞାନିକଙ୍କ ନିକଟକୁ ପଠାଇ ସେମାନଙ୍କ ବିସ୍ଫୋରକ ଉପାଦାନ ସମ୍ପର୍କରେ ସତର୍କ କରିଥିଲା । ଏମଆଇଟିର ଇଞ୍ଜିନିୟରମାନେ ବିକଶିତ କରିଥିବା ଏହି ପ୍ରଯୁକ୍ତିର ନାମ ହେଉଛି ‘ପ୍ଲାଣ୍ଟ ନାନୋବାୟୋନିକ୍ସ’ । ଏମଆଇଟିର ପ୍ରଫେସର ମାଇକେଲ ଷ୍ଟ୍ରାନୋ କହିଛନ୍ତି ଯେ ଗଛ ଗୁଡ଼ିକର ମୃତ୍ତିକାରେ ବ୍ୟାପକ ନେଟୱାର୍କ ରହିଛି । ସେମାନେ ଭୂତଳ ଜଳକୁ ନିଜ ଶକ୍ତି ବଳରେ ପତ୍ର ପର୍ଯ୍ୟନ୍ତ ପଠାଇପାରନ୍ତି ।