ଇନ୍ଦିରା ଗାନ୍ଧି ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ସ୍ମାରକିପତ୍ର

ଇନ୍ଦିରା ଗାନ୍ଧି ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ସ୍ମାରକିପତ୍ର

ରାଉରକେଲା: ରାଉରକେଲା ଜିଲ୍ଲା କଂଗ୍ରେସ ସଂଖ୍ୟା ଲଘୁ ବିଭାଗ ତରଫରୁ ଇନ୍ଦିରା ଗାନ୍ଧି ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ଆଇଜି ପାର୍କ ପରିସରରେ ଦେଖାଯାଇଛି ଅସନ୍ତୋଷ । ପୂର୍ବରୁ ଏନେଇ କଂଗ୍ରେସ ପକ୍ଷରୁ ଦାବି ହୋଇଥିଲେ ମଧ୍ୟ ପାର୍କ ପରିସରରେ ଇନ୍ଦିରା ଗାନ୍ଧିଙ୍କ ପ୍ରତିମୂର୍ତ୍ତୀକୁ ଏଯାବତ ସ୍ଥାପନ କରାଯାଇ ନାହିଁ । ତେଣୁ ତୁରନ୍ତ ଆଇଜି ପାର୍କରେ ଇନ୍ଦିରାଜୀଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରାଯିବା ପାଇଁ ଦାବି ଜୋର ଧରିଛି । ସେହିପରି ସହରର ସେକ୍ଟର ୧୯ ଠାରେ ନେହେରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ଟ୍ରାଫିକ୍‌ ଓ ନେହେରୁ ପାର୍କ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ିରହିଛି ।

ତେଣୁ ଅବିଳମ୍ବେ ଏହି ପାର୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେବା ସହ ଏହାକୁ ଏକ ମନୋରମ ପାର୍କରେ ପରିଣତ କରାଯାଉ । ଯାହା ନେହେରୁଜୀଙ୍କ ପ୍ରତି ଆରଏସପି ସମୁହରେ ଅବଦାନକୁ ଦ୍ୱିଗୁଣିତ କରିବ । ଏଥିସହ ନେହେରୁ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ନିମନ୍ତେ ଏକ ସିଡ଼ିର ନିର୍ମାଣ ତୁରନ୍ତ କରାଯାଉ ଅନୁରୂପ ଭାବେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୂରୀଙ୍କ ନାମରେ କୌଣସି ପାର୍କ ନାହିଁ କି ତାଙ୍କର ପ୍ରତିମୂର୍ତ୍ତୀ ଟିଏ ସହରର କୌଣସି ସ୍ଥାନରେ ପ୍ରତିଷ୍ଠା କରାଯାଇନାହିଁ । ତେଣୁ ସ୍ୱର୍ଗତ ଚୌଧୂରୀଙ୍କ ସମ୍ମାନାର୍ଥେ ସହରର କୌଣସି ଏକ ପାର୍କର ନାମକରଣ ତାଙ୍କ ନାମରେ ନାମିତ କରାଯିବା ସହ ସ୍ୱର୍ଗତ ଚୌଧୂରୀଙ୍କ ଏକ ପ୍ରତିମୂର୍ତ୍ତୀ ସ୍ଥାପନ କରାଯିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆରଏସପିକୁ ଦାବି କରାଯାଇଛି ।