ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ବିରୋଧରେ ସିପିଆଇ ଓ ବିକେଏମ୍ୟୁର ବିକ୍ଷୋଭ
ଦେଶର ସାଧାରଣ ନିର୍ବାଚନ ପରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଅସହ୍ୟ ହୋଇଛି । ଡାଲି କିଲୋ ୨୦୦ ଉପରେ । ଗରିବ ଲୋକର ଘରେ ଡାଲି ଦୁଃସ୍ୱପ୍ନ ହୋଇଛି । ଟମାଟୋ ଦାମ କିଲୋ ପ୍ରତି ୧୦୦ ଟଙ୍କାରେ ପହଞ୍ôଚଲାଣି । ମଧ୍ୟବିତ୍ତ ପରିବାରର ତରକାରୀରେ ଆଉ ଟମାଟୋ ପଡ଼ୁ ନାହିଁ । ଆଳୁ ଓ ଅନ୍ୟ ପନିପରିବାର ମୂଲ୍ୟ ଆକାଶଛୁଆଁ ।
କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର । କିନ୍ତୁ ଦରଦାମ୍ ନିୟନ୍ତ୍ରଣ ପ୍ରତି କାହାରି ନିଘା ନାହିଁ ।
ଏହି ଦରବୃଦ୍ଧିର ପ୍ରତିବାଦରେ ଆଜି ସିପିଆଇ ଓ ବିକେଏମ୍ୟୁ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଶତାଧିକ ସିପିଆଇ ଓ ବିକେଏମ୍ୟୁ କର୍ମୀ ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଶୋଭଯାତ୍ରାକାରୀମାନେ ଦଳୀୟ ପତାକା ଓ ବ୍ୟାନର ସହ ହାତରେ ଦରଦାମ୍ ବୃଦ୍ଧି ବିରୋଧରେ ଲେଖାଥିବା ବିଭିନ୍ନ ପ୍ଲାକାର୍ଡ ଧରିଥିବା ଦେଖାଯାଇଥିଲା । ଶୋଭାଯାତ୍ରାକାରୀମାନେ ଦଳୀୟ ପତାକା ଓ ବ୍ୟାନର ସହ ହାତରେ ଦରଦାମ୍ ବୃଦ୍ଧି ବିରୋଧରେ ଲେଖାଥିବା ବିଭିନ୍ନ ପ୍ଲାକାର୍ଡମାନ ଧରିଥିବା ଦେଖାଯାଇଥିଲା । ଶୋଭାଯାତ୍ରାକାରୀମାନେ ଅଶୋକନଗର ଅଞ୍ଚଳ ପରିକ୍ରମା କଲାପରେ ରାଜମହଲ ଛକଠାରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀମାନଙ୍କୁ ସିପିଆଇର ଜୋନ ସମ୍ପାଦକ ସୁର ଜେନା ଉଦ୍ବୋଧନ ଦେଇ ଦରଦାମ୍ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ତୀବ୍ର ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକେଏମ୍ୟୁର ରାଜ୍ୟ ସହ ସମ୍ପାଦକ ଶଙ୍କର୍ଷଣ ବାରିକ, ସିପିଆଇ ଜୋନ ସହ ସମ୍ପାଦକ କୈଳାସ ପୁହାଣ, ସର୍ବେଶ୍ୱର ମାର୍ଥା, ନାରୀନେତ୍ରୀ ମିନତୀ ପ୍ରଧାନ, ଛେତମ୍ବର ଭୋଇ, ଆଦିବାସୀ ନେତା ଡାକ ହେମ୍ବ୍ରମ୍, ଶରତ ସ୍ୱାଇଁ, ପଞ୍ଚାନନ ସାହୁ ଓ ପ୍ରମୋଦ ମଲ୍ଲିକ ପ୍ରମୁଖ ଏହି ବିକ୍ଷୋଭ ଓ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।