ଦାମ ରାଉତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର କେନ୍ଦ୍ରୀୟ ସମ୍ପାଦକ ମାନସ ରଞ୍ଜନ ଚୌଧୁରୀ

ଦାମ ରାଉତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର କେନ୍ଦ୍ରୀୟ ସମ୍ପାଦକ ମାନସ ରଞ୍ଜନ ଚୌଧୁରୀ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କର ଆଜି ଭୋର ୫ଟା ୨୩ ମିନିଟରେ ପରଲୋକ ହୋଇଛି। ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦାମ ରାଉତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର କେନ୍ଦ୍ରୀୟ ସମ୍ପାଦକ ମାନସ ରଞ୍ଜନ ଚୌଧୁରୀ ।
  ''ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି। ଲୋକଙ୍କ ସେବା ପାଇଁ ତାଙ୍କ କାର୍ଯ୍ୟ ଚିରସ୍ମରଣୀୟ ଅଟେ। ପ୍ରଭୁ ସାଇନାଥ ତାଙ୍କ ଅମର ଆତ୍ମାର ସଦଗତି କରନ୍ତୁ'' ବୋଲି ସୋଶାଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ।