ବ୍ୟକ୍ତିଙ୍କୁ ଟାଣି ନେଲା କୁମ୍ଭୀର
କେନ୍ଦ୍ରାପଡ଼ା: ବ୍ରାହ୍ମଣୀ ନଦୀରୁ ଜଣେ ବ୍ୟକ୍ତିଙ୍କୁ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୁଳସାହି ଗାଁରେ ବ୍ରାହ୍ମଣୀ ନଦୀରୁ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । କୁଳସାହି ଗାଁର ୪୫ ବର୍ଷୀୟ ବାବା ଅମୂଲ୍ୟ ଦାସ ଆଜି ସନ୍ଧ୍ୟାରେ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭିର ଟାଣି ନେଇଥିବା ଗ୍ରାମବାସୀ କହିଛନ୍ତି ।
ନଦୀ ତୁଠରେ ଅମୂଲ୍ୟ ଦାସଙ୍କ ଚପଲ, ଗୋଟିଏ ଠେଙ୍ଗା ପଡି ରହିଥିବା ଲୋକେ ଦେଖିବାକୁ ପାଇଥିଲେ । ତେବେ ନଦୀରେ ଶୌଚ ହେବା ବେଳେ କୁମ୍ଭୀର ଟାଣି ନେଇଥିବା ଅନୁମାନ କରାଯାଉଛି । ଗତ ଦେଢ ମାସ ମଧ୍ୟରେ ଏହା କେନ୍ଦ୍ରାପଡା ଜିଲାର ଚତୁର୍ଥ ଘଟଣା।




user1 