ଚର୍ଚ୍ଚାରେ ସେବାୟତଙ୍କ ପ୍ରତିକ୍ରିୟା
ଶ୍ରୀମନ୍ଦିର ଭିତରେ ବିଘ୍ନ ଅବସ୍ଥାରେ ପୂଜା ପାଉଛନ୍ତି ମା ମହାଲକ୍ଷ୍ମୀ। ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାର ସତ୍ୟତାକୁ ଆହୁରି ବଳିଷ୍ଠ କରିଛି ଖୋଦ୍ ସେବାୟତଙ୍କ ପ୍ରତିକ୍ରିୟା। ସେପଟେ ଭିତର ରତ୍ନଭଣ୍ଡାରରେ ମା ମହାଲକ୍ଷ୍ମୀଙ୍କ ଏକ ସୁନା ମୂର୍ତ୍ତି ନିର୍ମାଣ ହୋଇ ରହିଥିବା ବେଳେ ତାହା ଦୀର୍ଘବର୍ଷ ହେବ ଅପୂଜା ହୋଇ ରହିଛନ୍ତି। 1972 ଓ 1974 ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସୁନାରେ ତିଆରି ମହାଲକ୍ଷ୍ମୀଙ୍କ ଏକ ମୂର୍ତ୍ତି ପ୍ରସ୍ତୁତ ହୋଇ ରହିଥିବା ବେଳେ ଏଯାବତ ସେହି ମୂର୍ତ୍ତି ଏବେ ଅପୂଜା ହୋଇ ରହିଛନ୍ତି। ତେବେ କାହିଁକି ବିଘ୍ନ ମୂର୍ତ୍ତିକୁ ପୂଜା କରାଯାଉଛି ଓ ନୂତନ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇ ପୂଜା କରାଯାଉନାହିଁ ସେ ନେଇ ଏବେ ଉଠିଛି ପ୍ରଶ୍ନ। ସେପଟେ ନୂତନ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ବିବାଦ ଯୋଗୁଁ ମୂର୍ତ୍ତି ଅପୂଜା ରହିଛି ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର। ଉଭୟ ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦକୁ ଶ୍ରୀମନ୍ଦିର ପ୍ରଶାସନ ଖୁବଶୀଘ୍ର ସମାଧାନ କରି ନୂତନ ବିଗ୍ରହଙ୍କୁ ସ୍ଥାପନ କରିବାକୁ ସାଧାରଣରେ ନିବେଦନ କରାଯାଇଛି
ଭିଓ- ସେପଟେ ଏହି ପ୍ରସଙ୍ଗରେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିର ପ୍ରଶାସନର ଚରମ ଅବହେଳାକୁ ପଦାରେ ପକାଇଛନ୍ତି। 2015 ମସିହାରୁ ଭିତର ରତ୍ନଭଣ୍ଡାରରେ ଥିବା ନୂତନ ମହାଲକ୍ଷ୍ମୀଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇ ପୂଜା କରାଯିବା ଉଦ୍ଯମ ଆରମ୍ଭ କରାଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଉଭୟ ନିଯୋଗ ବିବାଦର ସମାଧାନ ନ କରି ପାରିବାରୁ ତାହା ହୋଇ ପାରିନାହିଁ ବୋଲି କହିଛନ୍ତି ବରିଷ୍ଠ ସେବାୟତ ସୁଦର୍ଶନ ପୂଜାପଣ୍ଡା। ତେବେ ସେ ମଧ୍ୟ ବର୍ତ୍ତମାନ ମହାଲକ୍ଷ୍ମୀଙ୍କ ମୂର୍ତ୍ତିର ଅବସ୍ଥା ସଙ୍ଗୀନ ଓ ବିଘ୍ନ ମୂର୍ତ୍ତିକୁ ପୂଜା କରାଯାଉଥିବା ସ୍ୱୀକାର କରିଛନ୍ତି । ଅନ୍ୟପଟେ ରତ୍ନଚୋରୀ ଧରାପଡିଯିବା ଭୟରେ ନୂତନ ବିଗ୍ରହଙ୍କୁ ଭିତର ରତ୍ନଭଣ୍ଡାରରୁ କଢାଯାଇ ନ ଥିବା କହିଛନ୍ତି ବୁଦ୍ଧିଜୀବୀ। ତେବେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର। ସେ ମଧ୍ୟ ବର୍ତ୍ତମାନ ପୂଜା ପାଉଥିବା ମହାଲକ୍ଷ୍ମୀଙ୍କ ମୂର୍ତ୍ତି ବିଘ୍ନ ଅବସ୍ଥାରେ ରହିଥିବା ସେ ସିଧାସଳଖ ନିଜ ପ୍ରତିକ୍ରିୟାରେ କହିଛନ୍ତି |