ମୋହନ ଭାଗବତ ଶଙ୍କର୍ଚ୍ଚାର୍ଯ୍ୟଙ୍କ ସହ ସାକ୍ଷାତକାରେ କଣ ହୋଇଥିଲା ଆଲୋଚନା

ମୋହନ ଭାଗବତ ଶଙ୍କର୍ଚ୍ଚାର୍ଯ୍ୟଙ୍କ ସହ ସାକ୍ଷାତକାରେ କଣ ହୋଇଥିଲା ଆଲୋଚନା

ଗତକାଲି ସନ୍ଧ୍ୟାରେ ପୁରୀ ଗୋବର୍ଦ୍ଧନ ପୀଠରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଗର ସରସଂଘଚାଳକ ଡ଼ଃ. ମୋହନ ଭାଗବତ ଶଙ୍କର୍ଚ୍ଚାର୍ଯ୍ୟ ଙ୍କ ସହ ସାକ୍ଷାତ କରି ହିନ୍ଦୁ ରାଷ୍ଟ୍ର ଓ ସନାତନ ଧର୍ମ ସୁରକ୍ଷା ସମ୍ପର୍କରେ  ଆଲୋଚନା କରିଛନ୍ତି l ଏ ନେଇ ଗଣମାଧ୍ୟମ ଆଗରେ ଜଗତ୍ଗୁରୁ ଶଙ୍କରର୍ଚ୍ଚାର୍ଯ୍ୟଙ୍କ କ୍ଷୋଭ ପ୍ରକାଶ କରିଛନ୍ତି l ବିଜେପି  ଓଡ଼ିଶାରେ ସରକାର ଗଢିବା ପରେ  ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ ମହାପ୍ରଭୁଙ୍କ ଚାରିଦ୍ୱାର ମଧ୍ୟ ଖୋଲା ଯାଇଛି,କିନ୍ତୁ ଏ ପ୍ରସଙ୍ଗରେ ସରକାର ଜଗତ୍ଗୁରୁ ଶଙ୍କରର୍ଚ୍ଚାର୍ଯ୍ୟ ଙ୍କ ପରାମର୍ଶ ନ ନେବା ନେଇ ଜଗତ୍ଗୁରୁ କ୍ଷୋଭ ପ୍ରକାଶ କରିଛନ୍ତି l ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଙ୍କ ପରିଚାଳନାରେ ପରିଚାଳିତ l ମହାପ୍ରଭୁଙ୍କୁ ନେଇ ରାଜନୀତି କରାଯାଉଛି l ବଙ୍ଗଳାଦେଶରେ ଶେଖ ହାସିନା ସରକାରର ପତନ ହେବା ପରେ ସେଠାରେ ଏବେ ହିଂସାକାଣ୍ଡ ଚାଲିଥିବାବେଳେ ଭାରତ ବିରୋଧୀ କାର୍ଯ୍ୟକଳାପ ମଧ୍ୟ ବଢ଼ିବାରେ ଲାଗିଛି l ବାଂଲାଦେଶ ରେ ହିନ୍ଦୁ ମନ୍ଦିର ଭାଙ୍ଗିବା ଓ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ଜଗତ୍ଗୁରୁ ଶଙ୍କରଚାର୍ଯ୍ୟ lଯେଉଁ ରାଷ୍ଟ୍ରରେ ହିନ୍ଦୁ ଅସୁରକ୍ଷିତ ସେଠାରେ ଅନ୍ୟଧର୍ମର ଲୋକେ ବି ସୁରକ୍ଷିତ ନୁହେଁ। ତେଣୁ ଆଗକୁ ବଙ୍ଗଳାଦେଶ ଓ ପାକିସ୍ତାନ ବି ଭାରତରେ ମିଶିଯିବ। ସେପଟେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ଦେଶ ସଜାଗ ହେବା ଦରକାର। ତେବେ ଯେଉଁ ଦେଶରେ ଗୋ ମାତା ଙ୍କ ସୁରକ୍ଷା ନାହିଁ କି ଗୋମାତାଙ୍କୁ ସଂମାନ ନାହିଁ ସେହି ଦେଶରେ ଅଶାନ୍ତି ରହିବ।  ରଥ ଉପରେ ବଳଭଦ୍ର ମହାପ୍ରଭୁଙ୍କ ପଡିବା ଘଟଣାର ରୂପ ଆଜି ଆମେ ଦେଶରେ  ଦୁର୍ବିପାକ, ବଂଗଲାଦେଶରେ ଅରାଜକତା ଓ ବିଶ୍ୱରେ ଅଶାନ୍ତି ହିଁ ତାର ଉଦାହରଣ। ତେବେ ମୋଦି ସରକାରଙ୍କର ୧୧ବର୍ଷର ଶାସନ ଆରମ୍ଭ ହୋଇଥିବା ବେଳେ ଏଯାବତ ଗୋ ମାତାଙ୍କ ସୁରକ୍ଷା ପାଇଁ ସେ କାର୍ଯ୍ୟ କରିନାହାନ୍ତି. ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ |