ଯୌନ ପିପାସୁ ଡାକ୍ତର ଙ୍କ ପାଇଁ ବଢୁଛି ଆନ୍ଦୋଳ
କଟକ-ପଶ୍ଚିମବଙ୍ଗ ର ଆର ଜି.କର ମେଡିକାଲ କଲେଜରେ ମହିଳା ଡାକ୍ତର ଙ୍କୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଟକ ଏସସିବି ଜୁନିୟର ରେସିଡେଣ୍ଟ, ହାଉସ ସର୍ଜନ,ୟୁଜି ଡାକ୍ତରୀ ଛାତ୍ରଛାତ୍ରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।72 ଘଣ୍ଟା ଅର୍ଥାତ 3 ଦିନ ଯାଏ ଏହି ଆନ୍ଦୋଳନ ଜାରି ରହିବ। ଓପିଡ଼ି, ଓଟି, ଲ୍ୟାବ ଆଦି ରେ କାର୍ଯ୍ୟବନ୍ଦ କରିଛନ୍ତି ଏହି ତିନି ସଂଘ।କେବଳ ଜରୁରୀ କାଳୀନ ସେବା ଜାରୀ ରହିବ। ଘଟଣା ର ତ୍ବରିତ ତଦନ୍ତ, ପିଡିତାଙ୍କୁ ନ୍ୟାୟ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଦାବି କରିଛି ସଂଘ।ପୂର୍ବରୁ ମଙ୍ଗଳବାର ଏସସିବି ର ଡାକ୍ତର ମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ ଜଣାଇଥିଲେ। ପୂର୍ବରୁ ମହିଳା ଡାକ୍ତର ଙ୍କୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଟକ ଏସସିବିରେ ଆଜି ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ, ହାଉସ ସର୍ଜନ, ସ୍ନାତକ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ପ୍ରତିବାଦ ରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଘଟଣା ର ତ୍ବରିତ ତଦନ୍ତ, ପିଡିତାଙ୍କୁ ନ୍ୟାୟ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଦାବି କରିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିବେ ବୋଲି ଡାକ୍ତର ସଂଘ କହିଥିଲେ । ଜୁନିୟର ରେସିଡେଣ୍ଟ ହାଉସ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନ