ଭିନ୍ନକ୍ଷମଙ୍କ ପାଇଁ ଦର୍ଶନ ହେବ ସହଜ, ସ୍ୱତନ୍ତ୍ର ରାମ୍ପ ଲାଗିବ । ସହଜରେ ଯାଇଆସି ପାରିବେ

ଭିନ୍ନକ୍ଷମଙ୍କ ପାଇଁ ଦର୍ଶନ ହେବ ସହଜ, ସ୍ୱତନ୍ତ୍ର  ରାମ୍ପ ଲାଗିବ । ସହଜରେ ଯାଇଆସି ପାରିବେ

ଶ୍ରୀମନ୍ଦିର ଭିତର କାଠ ନିକଟରେ ଡିଟାଚେବୁଲ ରାମ୍ପ ବା ଅଲଗା ହୋଇପାରୁଥିବା ରାମ୍ପ ବ୍ୟବସ୍ଥା କରାଯିବ। ଓଡିଶା ସେତୁ ନିର୍ମାଣ ନିଗମ ବା ଓବିସିସି ପକ୍ଷରୁ ଏହି ଡିଟାଚେବୁଲ ରାମ୍ପ ନମୁନା ପ୍ରଦର୍ଶନ କରାଯାଇଛି। ସେହିପରି ଦିନକରେ କିଛି ସମୟ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିବା ନେଇ ଯୋଜନା କରାଯାଉଛି। ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଗତ ମାସ ୩୦ ତାରିଖରେ ବସିଥିବା ପତିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟାବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ପରମ୍ପରା ଓ ସେବା ପୂଜାକୁ ବ୍ୟାଘାତ ନ କରି ଏହି ଶୃଙ୍ଖଳା ଅଣାଯିବ।। ନାଟମଣ୍ଡପରେ ସିନ୍ଦୁକ ଓ ଆଲମିରା କଢ଼ାଯିବ।ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯିବ।

ମହିଳା, ଛୋଟ ଶିଶୁ,,ବୃଦ୍ଧ ବୃଦ୍ଧା ପାଇଁ ସ୍ୱତନ୍ତ୍ର ସ୍ୱତନ୍ତ୍ର ଲାଇନ ହେବ।