କେନ୍ଦୁଝର ରେ ଗଜରାଜ ଙ୍କ ଗୁଣ୍ଡା ରାଜ

କେନ୍ଦୁଝର ରେ ଗଜରାଜ ଙ୍କ ଗୁଣ୍ଡା ରାଜ

କେନ୍ଦୁଝର ରେ ଗଜରାଜ ଙ୍କ ଗୁଣ୍ଡା ରାଜ । ବିଳମ୍ବିତ ରାତିରେ ଭାଙ୍ଗିଲେ ଚାରିଟି ଘର । କାନ୍ଥ ପଡି ଆଈ ନାତୁଣୀ ଗୁରୁଚର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି | ସଦର ରେଞ୍ଜ ର କୁସୁମିତା ଗାଁ ନିକଟରେ କିଛି ଦିନ ଧରି ୨୫ ଟିକିଆ ବଣୁଆ ହାତୀ ପଲ ଡେରା ପକାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଗାଁ ନିକଟକୁ ଧସେଇ ପଶି ଆସିଥିଲେ । ଏବଂ ଖାଦ୍ୟ ଅନ୍ବେଷଣରେ ୪ ଘର ଭାଙ୍ଗି ପକାଉଥିଲେ । ଭୋର ସମୟରେ ଦୁଇଟି ହାତୀ ଶୁକ୍ରା ମୁଣ୍ଡାଙ୍କ ଘର ର କାନ୍ଥ ଭାଙ୍ଗିଥିଲା ସୌଭାଗ୍ୟ ବସତ ପରିବାର ଲୋକେ ମୃତ୍ୟୁ ମୁଖରୁ ଅଳ୍ପକେ ରାକ୍ଷା ପାଇ ଯାଉଥିବା ବେଳେ କାନ୍ଥ ର କିଛି ଅଂଶ ପରିବାରର ଆଇ ନାତୁଣୀ ଉପରେ ପଡି ଗୁରୁତର ହୋଇ ପଡ଼ିଥିଲେ, ଖବର ପାଇ ବନ ବିଭାଗ କର୍ମଚାରୀ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ହାତୀ କୁ ସେଠାରୁ ତଡିବା ସହ ଆଈ ନାତୁଣୀ ଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ସ୍ଥାନାନ୍ତର କରି ଚିକିତ୍ସିତ କରାଇଛନ୍ତି | ସେମାନଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଚିକିତ୍ସାର ସମସ୍ତ ଖର୍ଚ ବନ ବିଭାଗ ବହନ କରୁଛି । କୁସୁମିତା ଅଞ୍ଚଳରେ ଖାଦ୍ୟ ପାଇଁ ଘୁରି ବୁଲୁଥିବା ହାତୀ ପଲ ଙ୍କୁ ରାତି ତମାମ ବନ ବିଭାଗ ଓ ଲୋକେ  ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି...! ଓ ହାତୀ ଭାଙ୍ଗିଥିବା ଘାର ଗୁଡିକର ସହାୟତା ରାଶି ଆଜି ସଂଧ୍ୟା ସୁଦ୍ଧା ଦିଆଯିବ ବୋଲି ବନ ବିଭାଗ କହିଛି ।