ବର୍ଷେ ଫୋନ୍ ନ ଧରିଲେ ମିଳିବ ୭୧ ଲକ୍ଷ

ବର୍ଷେ ଫୋନ୍ ନ ଧରିଲେ ମିଳିବ ୭୧ ଲକ୍ଷ

ବର୍ଷେ ଫୋନ୍ ନ ଧରିଲେ ମିଳିବ ୭୧ ଲକ୍ଷ
ସ୍ମାର୍ଟଫୋନ୍ ଅଭ୍ୟାସଠାରୁ ଯୁବବର୍ଗଙ୍କୁ ଦୂରେଇ ରଖିବା ପାଇଁ ‘ଭିଟାମିନୱାଟର’ ନାମକ ସଂସ୍ଥା ଗତ ବର୍ଷ ଡିସେମ୍ବରରେ ଏକ ପ୍ରତିଯୋଗିତା ଆୟୋଜନ କରିଥିଲା । ଯାହାର ନା ‘ସ୍କ୍ରୋଲ ଫି୍ର ଫର ଏ ଇୟର’ । ନିୟମ ଅନୁସାରେ ବର୍ଷେ ଫୋନ୍ ଠାରୁ ଦୂରେଇ ରହିଲେ ପୁରସ୍କାର ସ୍ୱରୂପ ୧୦ ହଜାର ଡଲାର ବା ୭୧ ଲକ୍ଷ ଟଙ୍କା ମିଳିବ । ଏଥିରେ ହଜାର ହଜାର ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରାୟ ୮ ମାସ ମଧ୍ୟରେ ସବୁ ପ୍ରତିଯୋଗୀ ହାର ମାନିଥିବା ବେଳେ ନୁ୍ୟୟର୍କ କ୍ୱିନ୍ ସିଟିର ୨୯ ବର୍ଷୀୟା ଏଲାନା ମୁଗଦାନ ନିଷ୍ଠାର ସହ ଏ ପର୍ଯ୍ୟନ୍ତ ରହିଛନ୍ତି । ଆଜୀବନ ସ୍ମାର୍ଟଫୋନ୍ ବ୍ୟବହାର କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏଲାନା ଜଣେ ଲେଖିକା । ସ୍ମାର୍ଟଫୋନ୍ ବିନା ରହିବାର ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ ନିଜର ଆଇଫୋନ୍ ୫ ଏସ୍ ବିକି୍ର କରିଦେଇଥିଲେ । ଫୋନ୍ ବିନା ଅନେକ ଅସୁବିଧା ସାମ୍ନା କରିଥିଲେ । କିନ୍ତୁ ପରେ ତାହା ସମାଧାନ ହୋଇଯାଇଥିଲା । ସ୍ମାର୍ଟଫୋନ୍ କାରଣରୁ ଯୁବ ପିଢ଼ିଙ୍କର ଅଧିକାଂଶ ସମୟ ନଷ୍ଟ ହେଉଛି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଛି । ଏହି ଅଭ୍ୟାସ ଛଡ଼ାଇବା ପାଇଁ ଭିଟାମିନ୍ୱାଟର ସଂସ୍କାର ଅଭିନବ ପ୍ରୟାସକୁ ଲୋକେ ପ୍ରଶଂସା କରୁଛନ୍ତି ।