ବଡ ଠାକୁର ପଡ଼ିଯିବା ଘଟଣାକୁ ସାମାନ୍ୟ କହିବା ଦୁର୍ଭାଗ୍ୟ ଜନକ  ରଥ ଯାତ୍ରା ରେ ବିଭିନ୍ନ ଅଘଟଣ କୁ ନେଇ ତଦନ୍ତ କମିଶନ ଦାବି କଲା କଂଗ୍ରେସ 

ବଡ ଠାକୁର ପଡ଼ିଯିବା ଘଟଣାକୁ ସାମାନ୍ୟ କହିବା ଦୁର୍ଭାଗ୍ୟ ଜନକ  ରଥ ଯାତ୍ରା ରେ ବିଭିନ୍ନ ଅଘଟଣ କୁ ନେଇ ତଦନ୍ତ କମିଶନ ଦାବି କଲା କଂଗ୍ରେସ 

ଭୁବନେଶ୍ୱର ତା ୧୦ କ୍ଷ ୭ କ୍ଷ ତଳିତ ରଥ ଯାତ୍ରାର ପ୍ରଥମ ଦିନରେ ଜଣେ ଭକ୍ତ ଙ୍କ ମୃତ୍ୟୁ ଓ ଶତାଧିକ ଆହତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜଣକ କ୍ଷ ସେହି ପରି ଦିତ୍ୱୀୟ ଦିନରେ ବଳଭଦ୍ର  ଠାକୁର ଚାରମାଳ ଉପରେ ହାମୁଡେ଼ଇ ପଡ଼ିବା କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଗଭୀର ମାନସିକ ଆଘାତ ଦେଇଛି କ୍ଷ ଏହା ଦୁର୍ଭାଗ୍ୟ ଜନକ କ୍ଷ ମାତ୍ର ତାହା ଠାରୁ ଆହୁରି ଦୁର୍ଭାଗ୍ୟ ଜଣକ ହେଉଛି, ଏହି ଘଟଣା କୁ "ସାମାନ୍ୟ" ବା  " ମମୁଲି" ବୋଲି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଗଣ ମାଧ୍ୟମରେ କହିବା କ୍ଷ  କଂଗ୍ରେସ ଦଳ ଏହା କୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଦୃଢ଼ ପ୍ରତିବାଦ କରିବା ସହିତ ତଦନ୍ତ କମିଶନ ବସାଇ ଦୁର୍ଘଟଣା ପଛର ପ୍ରକୃତ ରହସ୍ୟ କୁ ଲୋକଙ୍କ ସାମ୍ନା କୁ ଆଣିବା ପାଇଁ ଦାବି କରିଛି କ୍ଷ
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ଦଳର ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ବିଜେପି ସରକାର ଉପରେ ବର୍ଷି ଥିଲେ କ୍ଷ ରଥ ଯାତ୍ରା ର ପ୍ରଥମ ଦିନ ରେ ଜଣେ ଭକ୍ତ ଙ୍କ ମୃତ୍ୟୁହେବା ଓ ଶତାଧିକ ଆହତ ହେବା ଏକ ଅଶୁଭ ଲକ୍ଷଣ କ୍ଷ କାହିଁକି ଏହା ଘଟିଲା, କିଏ ଏଥିପାଇଁ ଦାୟୀ, କାହାର ଅବହେଳା ଏଠାରେ ରହିଛି - ଏସବୁର ତଦନ୍ତ ହେବା ଆବଶ୍ୟକ କ୍ଷ ତଦନ୍ତ କମିଶନ ବସାଇ ପ୍ରକୃତ ସତ୍ୟକୁ ଲୋକ ଲୋଚନ କୁ ଆଣିବାକୁ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ରାୟ କହିଥିଲେ କ୍ଷ
ଦଳର ବରିଷ୍ଠ ପ୍ରବକ୍ତା ଶ୍ରୀ ମନୋରଞ୍ଜନ ଦାସ କହିଲେ ଯେ ପହଣ୍ଡି ସମୟରେ ବଡ଼ ଠାକୁର ହାମୁଡେ଼ଇ ପଡ଼ିବା ଏକ ଅତି ସମ୍ବେଦନଶୀଳ ଘଟଣା , ଯାହାକି ଦେଶ ଏବଂ ଦେଶ ବାହାରେ ଥିବା କୋଟି କୋଟି ଭକ୍ତଙ୍କୁ ଗଭୀର ମାନସିକ ଆଘାତ ଦେଇଛି କ୍ଷ ଏହା ଏକ ବିରଳ ଘଟଣା, ଯାହା ଅତୀତରେ କେବେ ଦେଖା ଯାଇନଥିଲା କ୍ଷ ମାତ୍ର ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଏହାକୁ ସାମାନ୍ୟ ଘଟଣା ବୋଲି କହିବା ଅତି ଦୁର୍ଭାଗ୍ୟ ଜନକ କ୍ଷ ଏଥି ପାଇଁ ଦୁଃଖ ପ୍ରକାଶ ବା କ୍ଷମା ମାଗିବା ପରିବର୍ତ୍ତେ ' ଏହା ସାମାନ୍ୟ ଘଟଣା' , ' ଏହା ମହାପ୍ରଭୁଙ୍କ ଏକ ଲୀଳା ' ଇତ୍ୟାଦି କହି ଘଟଣାର ଗୁରୁତ୍ବ କୁ କେବଳ ଅବମାନନା କରି ନାହାନ୍ତି, ନିଜ ଭିତରେ ଥିବା ଅହଙ୍କାର କୁ ମଧ୍ୟ ପ୍ରକାଶ କରିଛନ୍ତି କ୍ଷ ଏହାକୁ ଜଗନ୍ନାଥ ପ୍ରେମୀ ମାନେ କେବେ ହେଲେ ବରଦକ୍ଷସ୍ତ କରିବେ ନାହିଁ କ୍ଷ କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହିତ ତଦନ୍ତ କମିଶନ ବସାଇ ଏହା ପଛର ପ୍ରକୃତ ରହସ୍ୟ ଓଡ଼ିଶା ବାସୀ ଙ୍କୁ ଜଣାଇବା ପାଇଁ ଦାବି କରିଥିଲେ କ୍ଷ
ଏହି ସାମ୍ୱାଦିକ ସମ୍ମିଳନୀ ରେ ଅନ୍ୟତମ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ,ମନୋରଞ୍ଜନ ଦାସ ଓ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜୟୀନରୟାଣ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ କ୍ଷ