କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧରେ ଆନ୍ତର୍ଜାତିକ ଶ୍ରମିକ ସଂଗଠନ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନର ସମୂହ ଆଲୋଚନା

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧରେ ଆନ୍ତର୍ଜାତିକ ଶ୍ରମିକ ସଂଗଠନ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନର ସମୂହ ଆଲୋଚନା

ଭୁବନେଶ୍ୱର : ଆନ୍ତର୍ଜାତୀୟ ଶ୍ରମିକ ସଂଗଠନ (ଆଇ.ଏଲ୍.ଓ.) ଓ ଓଡ଼ ିଶାର ଏଗାରଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପ୍ରତିନିଧିମାନଙ୍କୁ ନେଇ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସମ୍ଭନ୍ଧୀୟ ଆଲୋଚନାଚକ୍ର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରକୁ ରାଜ୍ୟ ଶ୍ରମ ବିଭାଗର ମୁଖ୍ୟ ଶାସନ ସଚୀବ ଶ୍ରୀ ସନ୍ଥ ଗୋପାଳନ୍, ଆଇ.ଏ.ଏସ୍. ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ଆଲୋଚନାକୁ ଉଦ୍ଘାଟନ କରି ଗତ ୨୫ ବର୍ଷ ଭିତରେ ଶ୍ରମିକମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା, ସର୍ବନିମ୍ନ ମଜୁରୀ ତଥା ସାମାଜିକ ସୁରକ୍ଷା ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଏହି ଆଲୋଚନା ଚକ୍ରରେ ଆନ୍ତର୍ଜାତିକ ଶ୍ରମ ସଂଗଠନର ମୁଖ୍ୟ ବୈଷୟିକ ଅଧିକାରିଣୀ ଶ୍ରୀମତୀ ସୁଦୀପ୍ତା ଭଦ୍ରା ଆଇ.ଏଲ.ଓ ଆନ୍ତର୍ଜାତିକ ଶ୍ରମିକ ସଂଗଠନର ଶ୍ରମିକମାନଙ୍କ ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । କର୍ମଚାରୀ ରାଜ୍ୟ ସ୍ୱାସ୍ଥ୍ୟ ବୀମା ନିଗମର ଆଂଚଳିକ ନିଦେ୍ର୍ଦଶକ ଶ୍ରୀ ସୁକାନ୍ତ ଦାସ ଓ କର୍ମଚାରୀ ବୀମା ରାଜ୍ୟ ନିଦେ୍ର୍ଦଶକ ଶ୍ରୀ ଅଶୋକ କୁମାର ପଣ୍ଡା, ଇ.ଏସ୍.ଆଇ. ତରଫରୁ ପଞ୍ଜିକୃତ ଶ୍ରମିକ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ପ୍ରସଙ୍ଗ ଇ.ଏସ୍.ଆଇ. କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କ ିତ ଆଲୋଚନା କରି ଡ. ରାମଚନ୍ଦ୍ର ଖୁଣ୍ଟିଆ କହିଥିଲେ ଯେ ଆଇ.ଏଲ.ଓ. ବିଗତ ଦିନରେ ୨ ଥର ଏ ସମ୍ବନ୍ଧୀୟ ଆଲୋଚନାଚକ୍ର ଓଡ଼ ିଶାରେ କରିଛନ୍ତି । ବିଶେଷ କରି ଏମ୍.ଏସ୍.ଏମ.ଇ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ଶିକ୍ଷା ତଥା କୋ÷ଶଳ କ୍ଷେତ୍ରରେ ଦୁର୍ବଳ । ସଚେତନତା ଅଭାବରୁ ସେମାନେ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ମଧ୍ୟ ହାସଲ କରି ପାରୁନାହାନ୍ତି । ଯଦିଓ ଆଇ.ଏଲ.ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରତ୍ୟେକ ଶ୍ରମିକର ମୋ÷ଳିକ ଅଧିକାରର ମର୍ଯ୍ୟଦା ପ୍ରଦାନ କରିଛନ୍ତି ତଥାପି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, ଅଙ୍ଗନୱାଡ଼ି, ପାଚୀକା, ଆଶାକର୍ମୀ, କୃଷିମିତ୍ର, ଜଙ୍ଗଲ ମିତ୍ର ପ୍ରଭୁତି ଶ୍ରମିକମାନଙ୍କୁ ଇ.ଏସ୍.ଆଇ. ଓ ଇ.ପି.ଏଫ ରେ ପଞ୍ଜିକୃତ କରିବା ପାଇଁ ଡ. ଖୁଂଟିଆ ଦାବୀ କରିଥିଲେ । ଇ.ଏସ୍.ଆଇ. ଉଭୟ କେନ୍ଦ୍ର ଓ ରାଜ୍ୟରେ ଅନେକ ସୁବିଧା ପ୍ରଦାନ କରୁଛି । ଦୁର୍ଘଟଣାଜନିତ ମୃତୁ୍ୟ ହେଉ ବା ସାମୂହିକ ଓ ସଂପୂର୍ଣ୍ଣ ବିକଳାଙ୍ଗ ହେଉ ସେମାନଙ୍କ ପାଇଁ ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ପ୍ରଜ୍ୟାପ୍ତ ଆର୍ଥିକ ସହାୟତାର ବ୍ୟବସ୍ଥା କରିଛନ୍ତି । ପିଲାମାନଙ୍କର ଡାକ୍ତରୀ ପାଠ ତଥା ନର୍ସ ଓ ପାରା ମେଡ଼ ିକାଲ ପାଠ୍ୟକ୍ରମ ବ୍ୟବସ୍ଥା ଇ.ଏସ୍.ଆଇ. ଦ୍ୱାରା ପ୍ରତିଷ୍ଠିତ କଲେଜମାନଙ୍କରେ କମ୍ ଅର୍ଥ ବିନିଯୋଗରେ ପ୍ରଦାନ କରାଯାଉଛି । ଆଲୋଚନାରେ ଅଂଶ ଗ୍ରହଣ କରି ନେତୃମଣ୍ଡଳୀ ଆମ ଓଡ଼ ିଶାରେ ପ୍ରସ୍ଥାବିତ ଇ.ଏସ୍.ଆଇ ମେଡ଼ ିକାଲ କଲେଜ ଏବଂ ୧୫୦ ଶଯ୍ୟା ବିଶିଷ୍ଟ ଉନ୍ନତମାନର ଚିକିତ୍ସାଳୟ କାର୍ଯ୍ୟ ତୁରନ୍ତ କରିବା ପାଇଁ ଦାବି କରିଥିଲେ । ଇ.ଏସ୍.ଆଇ ସମ୍ବନ୍ଧୀୟ ସମସ୍ତ ପ୍ରାରମ୍ଭ ସୁବିଧା ସୁଯୋଗ ସମ୍ବନ୍ଧରେ ସରକାରଙ୍କ ତରଫରୁ ସଚେତନତା ଶିବିର କରିବାକୁ ମଧ୍ୟ ଦାବି କରାଯାଇଥିଲା । ଶେଷରେ ଆସନ୍ତା ଜୁନ ୩୦ ତାରିଖ ସୁଧା ପ୍ରତ୍ୟେକ କେନ୍ଦ୍ରୀୟ ସଂଗଠନ ତିନୋଟି କରି ସଚେତନତା ଶିବିର କରିବା ସହିତ ଆଇ.ଏଲ.ଓ ଦ୍ୱାରା ମଧ୍ୟ ସମସ୍ତ ଆବଶ୍ୟକୀୟ ପ୍ରଚାର ପତ୍ର ଯୋଗାଇ ଦେବାକୁ ନିଷ୍ପତ୍ତି ହେଲା । ଏହି ଆଲୋଚନାରେ ଶ୍ରମ ସଚିବ ରାଜ୍ୟ ସରକାରଙ୍କ ଦ୍ୱାରା ନିଷ୍ପତି ହୋଇଥିବା ବର୍ଦ୍ଧିତ ସର୍ବନିମ୍ନ ମଜୁରୀ ସମ୍ବନ୍ଧରେ ସୂଚନା ଥିଲେ । ଆଗାମି ଦିନରେ ରାଜ୍ୟ ସରକାର, ମାଲିକ ସଂଘ ଓ ଶ୍ରମିକ ସଂଗଠନ ମାନଙ୍କୁ ନେଇ ତ୍ରୀପାଖିକ ଆଲୋଚନା ଚକ୍ର ହେବ ବୋଲି ଉଭୟ ଆଇ.ଏଲ୍.ଓ  ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପ୍ରତିନିଧିମାନେ ନିଷ୍ପତି କରିଥିଲେ । ଏହି ଆଲୋଚନାଚକ୍ରରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ ିଶା ଶାଖା ତରଫରୁ ସାଧାରଣ ସମ୍ପାଦକ- କିଶୋର ଜେନା,ବି.ଏମ୍.,ଏସ୍. ସାଧାରଣ ସଂପାଦକ- ପୃଥିରାଜ ପଣ୍ଡା, ଏ.ଆଇ.ଟି.ୟୁ.ସିର ସଭାପତି-ଅଶୋକ ଦାସ, ଏଚ.ଏମ.୍ଏସ୍.- ଗୋକୁଳ ମେହେର, ସିଆଇଟିୟୁର ଉଲ୍ଲାସ ସ୍ୱାଇଁ, ଟିୟୁ.ସି.ସିର - ଜ୍ୟୋତିରଞ୍ଜନ ମହାପାତ୍ର, ଏ.ଆଇ.ସି.ସି.ଟି.ୟୁ- ମହେନ୍ଦ୍ର ପରିଡ଼ା, ଏ.ଆଇ.ୟୂ.ଟି.ୟୁ.ସିର- ଜୟସେନ ମେହେରା, ଏଲ.ପି.ଏଫ- ବି.ପି ଦାସ, ସେୱାର - ରିତାଞ୍ଜଳି ବଗର୍ତୀ, ଏନ୍.ଏଫ.ଆଇ.ଟି.ୟୁ- ପ୍ରଶାନ୍ତ ପାଢ଼ୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଆଲୋଚନା ଚକ୍ରରେ ୧୧ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ୫୬ ଜଣ ରାଜ୍ୟସ୍ତରୀୟ ନେତୃମଣ୍ଡଳୀ ଯୋଗଦାନ କରିଥିଲେ । ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ ିଶା ଶାଖାର ଉପସଭାପତି ତଥା ଏହି କାର୍ଯ୍ୟକ୍ରମର ସହ ସଂଯୋଜକ ମଦନ ମୋହନ ଧଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।