କାହାକୁ ବାଜିବ ମୋହନ ଛାଟ? ପ୍ରଶାସନିକ କରିଡରେ ଆରମ୍ଭ ହୋଇଛି ଚର୍ଚ୍ଚା ।

କାହାକୁ ବାଜିବ ମୋହନ ଛାଟ? ପ୍ରଶାସନିକ କରିଡରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ରଥଯାତ୍ରା ସମୟରେ ଶ୍ରୀ ବଳଭଦ୍ର ରଥରେ ପଡିବା ଘଟଣା ପରେ ଆରମ୍ଭ ହୋଇଛି କସରତ । ସରକାରଙ୍କ ନଜରରେ ରହିଛନ୍ତି ବୀରବିକ୍ରମ ଯାଦବ । ନୁଆ ଟିମ ପାଇଁ ଆରମ୍ଭ ହୋଇଛି କସରତ । ବୁଧବାର ଏ ନେଇ ୩ ଅଫିସରଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ପରେ ଲୋକସେବା ଭବନରେ ଆରମ୍ଭ ହୋଇଛି ଚର୍ଚ୍ଚା ,ଏପିସି ପଦବିରେ କାହାକୁ ମିଳିବ ନିଯୁକ୍ତି । କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସେନେଇ ଥମୁନି ଚର୍ଚ୍ଚା । ପୁର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

ବର୍ତ୍ତନମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି ବୀରବିକ୍ରମ ଯାଦବ । ସୁଚନା ଅନୁଯାୟୀ ଘଟଣା ଦିନ ପୁରୀରେ ଉପସ୍ଥିତ ରହିନଥିଲେ ବୀରବିକ୍ରମ ଯାଦବ । ଏହାପରେ ପ୍ରଭାବଶାଳୀ ଅଫିସର ରୁପାରୋଶନ ସାହୁଙ୍କ ନିଯୁକ୍ତି କୁ ଚର୍ଚ୍ଚା ଜୋର ଧରିଛି । ସ୍ୱାସ୍ଥ୍ୟ, ରାଜସ୍ୱ ,ଖଣି ଗୃହ ବିଭାଗ ସଚିବ ହୋଇପାରେ ବଦଳିି । ନୁଆ ଟିମ ପାଇଁ କସରତ ଆରମ୍ଭ ହେବା ପରେ ପ୍ରଶାସନିକ କରିଡରରେ ହଇଚଇ ସୃଷ୍ଟି ହୋଇଛି ।