ମହଙ୍ଗା  ହେବ ଏଭରେଷ୍ଟ ଚଢିବା

 କାଠମାଣ୍ଡୁ : ମାଉଣ୍ଟଏଭରେଷ୍ଟ ଚଢ଼ିବା ପର୍ବତାରୋହୀମାନଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି  । ୨୦୨୫ରୁ ମାଉଣ୍ଟ ଏଭରେଷ୍ଟ ଚଢ଼ିବା ପାଇଁ ଅନୁମତି ପାଇବା ପାଇଁ ବର୍ତ୍ତମାନର ୧୧ ହଜାର ଡଲାର (୯ ଲକ୍ଷ ଟଙ୍କା) ବଦଳରେ ୧୫ ହଜାର ଡଲାର (୧୨ ଲକ୍ଷ ୩୮ ହଜାର ଟଙ୍କା) ଆଦାୟ କରିବେ ନେପାଳ ସରକାର  । ଏହି ଫି’ ବୃଦ୍ଧି ଦ୍ୱାରା ସରକାର କୁଲି, ଶ୍ରମିକ ଓ ଚଢ଼ିବା ପାଇଁ ଗାଇଡମାନଙ୍କ ବୀମା, ଦରମା ଓ ଅନ୍ୟାନ୍ୟ ସୁବିଧାରେ ଉନ୍ନତି ଆସି ପାରିବ । ନେପାଳ ସରକାର କହିଛନ୍ତି ଯେ ଅନେକ ଏଜେନ୍ସି  ୨୦୨୪ ପାଇଁ ବୁକିଂ ନେଇସାରିଛନ୍ତି, ତେଣୁ ସେମାନଙ୍କୁ ଏହି ଅତିରିକ୍ତ ସମୟ ଦିଆଯାଉଛି ।
୨୦୨୫ରୁ ମାଉଣ୍ଟଏଭରେଷ୍ଟ ଚଢ଼ିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ପାଇଁ ପର୍ଯ୍ୟଟନ ବିଭାଗ ୧୫ ହଜାର ଆମେରିକୀୟ ଡଲାରର ନୂଆ ରୟାଲଟି ଫି’ ଦେବାକୁ ପ୍ରସ୍ତାବ ଦେଇଛି ବୋଲି ନେପାଳ ସରକାରଙ୍କ  ପର୍ଯ୍ୟଟକ ବିଭାଗର ମୁଖପାତ୍ର ଯୁବରାଜ ଖଟିୱାଡ଼ା କହିଛନ୍ତି । ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିବା ପରେ ନୂଆ ଫି’ ଲାଗୁ ହେବ । ବିଦେଶୀ ପର୍ବତାରୋହୀମାନଙ୍କ ନିମନ୍ତେ ଶୁଳ୍କ ବୃଦ୍ଧି କରିବାକୁ ନେପାଳ ସରକାର ପ୍ରସ୍ତାବ ଦେଇଥିଲେ ବି ନେପାଳର ପର୍ବତାରୋହୀମାନଙ୍କ ପାଇଁ ଏପରି କୌଣସି ପ୍ରସ୍ତାବ ଦିଆଯାଇନାହିଁ  । ଏବେ ସେମାନଙ୍କୁ ୭୫ ହଜାର (ନେପାଳୀ) ଟଙ୍କା ଦେବାକୁ ପଡ଼ୁଛି  । ଶେଷଥର ପାଇଁ ୨୦୧୫ରେ ନେପାଳ ସରକାର ଏଭରେଷ୍ଟ ଚଢିବା ଏହି ଶୁଳ୍କ ବୃ ଦ୍ଧି କରିଥିଲେ  ।