କ୍ୟାବିନେଟ : ଖଦି ବୋଡର଼୍ ସଚିବଙ୍କ ଆକସ୍ମିକ ବ୍ୟୟ ସୀମା ୪ ଲକ୍ଷକୁ ବୃଦ୍ଧି

କ୍ୟାବିନେଟ : ଖଦି ବୋଡର଼୍ ସଚିବଙ୍କ ଆକସ୍ମିକ ବ୍ୟୟ ସୀମା ୪ ଲକ୍ଷକୁ ବୃଦ୍ଧି

ସମ୍ପ୍ରତି ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋଡର଼୍ଙ୍କର ଆକସ୍ମିକ ବ୍ୟୟ ସୀମା ୧୦ ହଜାର ଟଙ୍କା ରହିଛି  । କିନ୍ତୁ ଏବେ ଏହାକୁ ସଂଶୋଧନ କରାଯାଇ ବ୍ୟୟସୀମାକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  । ଯାହାଫଳରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋଡର଼୍ର ବିଭିନ୍ନ ଖର୍ଚ୍ଚ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କରାଯାଇପାରିବ  । ଏହି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି  । 

ବିଜୁ ସେତୁ ଯୋଜନାରେ ରାଜ୍ୟରେ ଆଉ ୮୬୬ଟି ନୂଆ ସେତୁ ନିର୍ମାଣ କରାଯିବ । ୨୦୨୫-୨୬ ପର୍ଯ୍ୟନ୍ତ ବିଜୁ ସେତୁ ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି । ନୂଆ ସେତୁ ସହ ବର୍ତମାନ ଚାଲୁଥିବା ସେତୁଗୁଡ଼ିକୁ ସମ୍ପୂର୍ଣ୍ଣ କରାଯିବ । ଏଥିପାଇଁ ଅତିରିକ୍ତ ୩୫୯୭ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ଲକ୍ଷ୍ୟ ରଖାଯାଇଛି  । ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି  । ୨୦୧୧-୧୨ରେ ବିଜୁ ସେତୁ ଯୋଜନାର ଶୁଭାରମ୍ଭ ହୋଇଥିଲା  ।


ତିନି ବର୍ଷ ମଧ୍ୟରେ ଆରଡ଼ିଏସଏସ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି  । ଏହି ଯୋଜନାର ପ୍ରକଳ୍ପ ମୂଲ୍ୟ ୬୨୮୪ କୋଟି ଟଙ୍କା ଥିବାବେଳେ ରାଜ୍ୟ ସରକାରଙ୍କ ଅଂଶ ୨୩୪୨ କୋଟି ଟଙ୍କା ରହିଛି  । ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନ ନିମନ୍ତେ ୪୨୮ କୋଟି, ବାତ୍ୟା ନିରୋଧୀ ଭିତିଭୂମି ପାଇଁ ୪୨୪୮ କୋଟି ତଥା ବିତରଣ ବ୍ୟବସ୍ଥାର ସୁଦୃଢ଼ୀକରଣ ସକାଶେ ୧୫୦୯ କୋଟିର ପ୍ରାବଧାନ ରହିଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ବିତରଣ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ । 

୨୦୨୫ ସୁଦ୍ଧା ୨୦% ଇଲେକ୍ଟ୍ରିକ ଯାନ ପଞ୍ଜୀକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି  । ଏଥିପାଇଁ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ନୀତି ୨୦୨୧ ପ୍ରଣୟନ କରିଥିବାବେଳେ ଉପଭୋକ୍ତାମାନଙ୍କୁ ଆର୍ଥିକ ରିହାତି ପ୍ରଦାନ କରାଯାଉଛି  । ଅନ୍ୟ ରାଜ୍ୟରେ ସର୍ବୋତମ ବ୍ୟବସ୍ଥାକୁ ଅନୁସରଣ କରି ରିହାତି ହାର ବୃଦ୍ଧି କରିବା ପାଇଁ ନିଷ୍ପତି ନିଆଯାଇଛି  । କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି  ।  ସମ୍ପ୍ରତି ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋଡର଼୍ଙ୍କର ଆକସ୍ମିକ ବ୍ୟୟ ସୀମା ୧୦ ହଜାର ଟଙ୍କା ରହିଛି  । କିନ୍ତୁ ଏବେ ଏହାକୁ ସଂଶୋଧନ କରାଯାଇ ବ୍ୟୟସୀମାକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  । ଯାହାଫଳରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋଡର଼୍ର ବିଭିନ୍ନ ଖର୍ଚ୍ଚ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କରାଯାଇପାରିବ  । ଏହି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି  ।