ଦେବାଶିଷ ସାମନ୍ତରାୟ ଙ୍କ ପ୍ରତିକ୍ରିୟା ପରେ ତାଙ୍କ ଉପରେ ବର୍ଷିଲେ ପ୍ରଭାତ। ବିଜେଡିର ଦୁଇ ଟାଣୁଆ ନେତା ମୁଂହମୁହିଁ,ପରସ୍ପରକୁ କରୁଛନ୍ତି ଆକ୍ଷେପ।।

ଦେବାଶିଷ ସାମନ୍ତରାୟ ଙ୍କ ପ୍ରତିକ୍ରିୟା ପରେ ତାଙ୍କ ଉପରେ ବର୍ଷିଲେ ପ୍ରଭାତ। ବିଜେଡିର ଦୁଇ ଟାଣୁଆ ନେତା ମୁଂହମୁହିଁ,ପରସ୍ପରକୁ କରୁଛନ୍ତି ଆକ୍ଷେପ।।

ପ୍ରଭାତ ବିଶ୍ବାଳ କୁଆଡେ ଏକ ଧନ୍ୟବାଦ୍ ବୈଠକ ରେ ବବି ଦାସ ଆଉ ପଣ୍ଡିଆଁନ୍ ଙ୍କୁ ଦଳର ପରାଜୟ ପାଇଁ ଦାୟୀ କରିଥିଲେ ବୋଲି ଚର୍ଚ୍ଚା ହେଉଥିଲା,ଯାହାକୁ ନେଇ ପ୍ରଭାତ ଙ୍କ ଉପରେ ବର୍ଶିଥିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ,ଏବଂ ନିଜର ପ୍ରତିକ୍ରିୟା ରେ କହିଥିଲେ ଦଳର ପରାଜୟ ପରେ ଏମିତି କହିବା ପ୍ରଭାତ ବାବୁଙ୍କ ଠିକ୍ ହୋଇନି,ହୁଏତ ସେ ବିଜେପି ଆଡ଼କୁ ଢ଼ଳୁଛନ୍ତି ଏବଂ ଆଜି ଯୋଉ କହୁଛନ୍ତି ପ୍ୟାରୀ ବାବୁଙ୍କ ଲୁହ ବିଜେଡି ଉପରେ ପଡ଼ିଛି ତାହା ଅତ୍ୟନ୍ତ ନୈରାଶ୍ୟ ଜନକ,ଏବଂ ମିଡ ନାଇଟ୍ ଅପରେସନ ରେ ପ୍ରଭାତ ବାବୁଙ୍କ ସମ୍ପର୍କ ରହିଛି ବୋଲି ମଧ୍ୟ ନିଜର ପ୍ରତିକ୍ରିୟା ରେ କହିଛନ୍ତି।

ଅପରପକ୍ଷରେ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ଟିପ୍ପଣୀ କୁ ନେଇ ପ୍ରତିକ୍ରିୟା ରଖିଲେ ପ୍ରଭାତ ବିଶ୍ଵାଳ 
ଦେବାଶିଷ ସାମନ୍ତରାୟଙ୍କ ଅଧିକାର ନାହିଁ ମୋ ବାବଦରେ ଟିପ୍ପଣୀ ଦେବାକୁ,ଚିଟଫଣ୍ଡ ସିବିଆଇ ମାମଲା ଏବେ ବିଚାରାଧୀନ,ଏବଂ ଯାହା ହେବ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହେବ ବୋଲି ପ୍ରଭାତ କହିଛନ୍ତି।
ସେ ଦୃଷ୍ଟିରୁ ମୋର ଵିଜେପି ଆଡ଼କୁ ଢଳିଵାର ଅବକାଶ ନାହିଁ,ବିଜେଡିରେ ଅଛି ,ଦଳ ଓ ଦଳର ସୁପ୍ରିମୋ ନବୀନ ବାବୁଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଏବଂ ଭଲ ପାଇବା ଆଜି ମଧ୍ୟ ଅଛି ବୋଲି ପ୍ରଭାତ କହିଛନ୍ତି, ଦୁଇ ଜଣ ଵ୍ୟକ୍ତି ଦଳକୁ କ୍ଷତି ପହଞ୍ଚାଇଛନ୍ତି
ସମୟ ଆସିଲେ ସମ୍ପୃକ୍ତ ଦୁଇ ଜଣଙ୍କ ମୁଖା ଖୋଲିଵି ବୋଲି ପ୍ରଭାତ କହିଛନ୍ତି,ମେ ୨୯ମିଡ ନାଇଟ ଅପରେସନର ରହସ୍ୟ ମୋ ଫୋନରେ ରହିଛି,ସମୟ ଆସିଲେ ସେ ରହସ୍ୟ ଉନ୍ମୋଚନ ମଧ୍ୟ ହେବ,
କିନ୍ତୁ ଆଜି ପର୍ଯ୍ୟନ୍ତ ବବି ଦାସ ଏବଂ ପଣ୍ଡିଆନ୍ ଙ୍କ ବିରୋଧରେ ମୁଁ କୌଣସି  ଟିପ୍ପଣୀ ଦେଇ ନାହିଁ, ନିଜର କର୍ମୀ ମାନଙ୍କ ଭିତରେ ଦଳର ପରାଜୟ ଏବଂ ବିରୋଧୀ ମାନଙ୍କ କଥାକୁ ମୁଁ ବାସ ଖାଲି ଆଲୋଚନା କରୁଥିଲି,କିନ୍ତୁ ସେଇ କଥାକୁ ଅନ୍ୟ ରଙ୍ଗ ଦିଆଯାଇଛି ବୋଲି ପ୍ରଭାତ ସ୍ପଷ୍ଟ କରିଛନ୍ତି।।
ଆଜି ମଧ୍ୟ ମୁଁ ଦଳ ପାଇଁ କାମ କରୁଛି,ମୋ ଚରିତ୍ର କଣ ଜନସାଧାରଣ ଜାଣିଛନ୍ତି, ଦେବାଶିଷ ସାମନ୍ତରାୟ ଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି,କିନ୍ତୁ ଦେବାଶିଷ ବାବୁ କିଛି ନ ଜାଣି ଏମିତି କହିବା ଠିକ୍ ହୋଇନି ବୋଲି ପ୍ରଭାତ କହିଛନ୍ତି,