ଉଦ୍ଘାଟିତ ହେଲା ଶ୍ରୀକ୍ଷତ୍ର ହବିଷ୍ୟାଳୀ ସେବା, ଗତ ବର୍ଷ ବର୍ଷ ଅପେକ୍ଷା ବଜେଟ୍ ୨ ଗୁଣା

ଉଦ୍ଘାଟିତ ହେଲା ଶ୍ରୀକ୍ଷତ୍ର ହବିଷ୍ୟାଳୀ ସେବା, ଗତ ବର୍ଷ ବର୍ଷ ଅପେକ୍ଷା ବଜେଟ୍ ୨ ଗୁଣା

 ଦୁଇଗୁଣ  ଅଧିକ ବ୍ୟୟବରାଦ ସହ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର ହବିଶ୍ୟାଳୀ ସେବା - ୨୦୨୪ ।ପୁରୀରେ ମହାକାର୍ତ୍ତିକ ଅବସରରେ ହବିଶ୍ୟାଳୀ ଶିବିରର ଉଦ୍ଘାଟନ ହୋଇଛି । ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଧିବଦ୍ଧ ଭାବରେ ଶିବିରର ଉଦଘାଟନ କରିଛନ୍ତି । ବୃନ୍ଦାବତୀ ନିବାସ ଶିବିରରେ ମାଆ ମାନଙ୍କ ହୁଳହୁଳି ରେ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରାଯିବା ସହ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ ହୋଇଛି ।ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ,ପୁରୀ ବିଧାୟକ ସୁନିଲ ମହାନ୍ତି ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଉପସ୍ଥିତିରେ ଶିବିରର ଉଦଘାଟିତ ହୋଇଛି ।୩ହଜାର ରୁ ଉର୍ଦ୍ଧ୍ବ ବ୍ରତଧାରୀ ଙ୍କ ପାଇଁ ୪ ଟି ଶିବିରର ଆୟୋଜନ କରାଯାଇଥିବା ବେଳେ କେବଳ ବୃନ୍ଦାବତୀ ନିବାସରେ ୧୩ ଶହ ମାଆ ମାନଙ୍କ ପାଇଁ ନିଶୁଳ୍କ ରହିବା ,ଅବଢ଼ା ମହାପ୍ରସାଦ ସେବନ , ସାଂସ୍କୃତିକ କାର୍ଯ୍ୟକ୍ରମ ,ଜଗନ୍ନାଥ ଦର୍ଶନ ,ଭଜନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ୨ କୋଟି ୫୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟବରାଦ କରାଯାଇଛି। ଯାହା ପୂର୍ବ ବର୍ଷର ଦୁଇଗୁଣ। ତେବେ ମାଆ ମାନଙ୍କର ସେବା କରିବାର ସୁଯୋଗ ପାଇ ଧନ୍ୟ ହୋଇଛୁ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।