ଏମିତି ଶ୍ରୀମନ୍ଦିର ସେବାୟତ, ବାହାର ରାବିଡି ମନ୍ଦିର ଭିତରେ ବିକ୍ରି ବାରଣ କରିବାରୁ ନିର୍ଘାତ ମାଡ

ଏମିତି ଶ୍ରୀମନ୍ଦିର ସେବାୟତ, ବାହାର ରାବିଡି ମନ୍ଦିର ଭିତରେ ବିକ୍ରି ବାରଣ କରିବାରୁ ନିର୍ଘାତ ମାଡ

ଆନନ୍ଦବଜାରର ବିଶୃଙ୍ଖଳାକୁ ରୋକିବାରୁ ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ। ବାହାରୁ ରାବିଡି ନେଇ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି କରୁଥିବା ଜଣେ ଅଣ ସେବାୟତଙ୍କୁ ବାରଣ କରିବାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଜଣାପଡିଛି | ଆକ୍ରମଣରେ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଗୁରୁତର ଭାବେ ଆହତ ହୋଇଛନ୍ତି | ତାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଛି |  ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ଚନ୍ଦନ କୁମାର ସାମନ୍ତରା ନାମକ ଜଣେ ସେବାୟତଙ୍କୁ ନିଲମ୍ବିତ କରିଥିବା ବେଳେ ଫେରାର ଥିବା ଆକ୍ରମଣକାରୀଙ୍କୁ ସିଂହଦ୍ୱାର ଥାନା ପୋଲିସ ଖୋଜୁଥିବା ଜଣାପଡିଛି | ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ  ଏସପି ମେଡିକାଲ୍ ଯାଇ ଶ୍ରୀମନ୍ଦିର ସୁପରଭାଇଜରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି।