ପାରାଦ୍ୱୀପ କଂଗ୍ରେସ ପକ୍ଷରୁ ପୋଲିସକୁ ୧୫ ଦିନର ମହଲତ, ଅଭିଯୁକ୍ତଙ୍କୁ ଗିରଫ କର

ପାରାଦ୍ୱୀପ କଂଗ୍ରେସ ପକ୍ଷରୁ ପୋଲିସକୁ ୧୫ ଦିନର ମହଲତ, ଅଭିଯୁକ୍ତଙ୍କୁ ଗିରଫ କର

ପାରାଦୀପ ସୁକେଶ ମଣ୍ଡଳ ଜଘନ୍ୟ ହତ୍ୟାକାଣ୍ଡକୁ ଦୀର୍ଘ ଦୁଇ ମାସ ବିତି ଯାଇଛି । କିନ୍ତୁ ଏବେ ବି  ପାରାଦୀପ ପୋଲିସର ହାତ ଖାଲି । ଏ ପର୍ୟ୍ୟନ୍ତ ପୋଲିସ ତରଫରୁ ହତ୍ୟା ମାମଲାର ତଦନ୍ତ ପାଇଁ କୋୖଣସି ତତ୍ପରତା ପ୍ରକାଶ ପାଉ ନାହିଁ । ସେପଟେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଖୋଲାରେ ବୁଲୁଛନ୍ତି । ଯାହାକୁ ନେଇ ପାରାଦୀପ ଜନ ସାଧାରଣଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି । ଏହା ବିରୋଧରେ ପାରାଦୀପ ପ୍ରଦେଶ କଂଗ୍ରେସ୍ ତରଫରୁ ଏକ ଶାନ୍ତି ପୁର୍ଣ୍ଣ କ୍ୟକ୍ଷଣ୍ଡେଲ ଶୋଭାଯାତ୍ରା  କରାଯାଇ ଥିଲା । ଏହି ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ପାରାଦୀପ ଆଦର୍ଶ ଥାନା ପର୍ୟ୍ୟନ୍ତ ଆସିଥିଲା । ଏଥିରେ  ସହ ଶହ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।ସୁକେସ ମଣ୍ଡଳ ନାମକ ଜଣେ ଯୁବକ ପାରାଦୀପ ଆଦର୍ଶ ଥାନାର ପିସିୟlର ଭ୍ୟାନ ଚଳାଉ ଥିବା ବେଳେ ଗତ ଅଗଷ୍ଟ ୨୦ ତାରିଖରୁ ନିଖୋଜ ଥିବା କଥା ତାଙ୍କର ବାପା ସୁନୀଲ ମଣ୍ଡଳ ଥାନରେ ଲିଖିତ ଅଭିଯୋଗ କରିଥିଲେ l ଏଗାର ଦିନ ପରେ  ଅଗଷ୍ଟ ୩୧ରେ ରୋଡ଼ ସାଇଡି ଜଙ୍ଗଲ ନିକଟ ରୁ ଶୁକେସ ମଣ୍ଡଳର ସବ କେବଳ କଙ୍କାଳ ଅବସ୍ଥାରେ ଉଧାର କରାଯାଇ ଥିଲା l ଶବର ଅବସ୍ଥା ଏଭଳି ଥିଲା କି ଶବକୁ ଚିହ୍ନଟ କରିବା ମୁସୁକ୍ଲି ହୋଇ ପଡ଼ିଥିଲା l ଦଶଦିନ ଭିତରେ ସବ କିଭଳୀ କଙ୍କାଳ ମୟ ହେଲା ବୋଲି ସନ୍ଦେହ ପ୍ରକାଶ ପାଇଥିଲା l କେବଳ ସେଇ କଙ୍କାଳ ପିନ୍ଧି ଥିବା ପ୍ୟାଣ୍ଟ୍ ପକେଟରୁ ମନି ପର୍ସ ରୁ ବାହାରି ଥିବା ଆଇ କାଡ ରୁ ଜଣା ପଡ଼ିଥିଲା ଜେ ଇଏ ସୁକେଶ୍ ମଣ୍ଡଳ ର ସବ ବୋଲି ନ ଚେତ୍ ଶବକୁ ଚିହ୍ନଟ କରିବା ପୋଲିସର କାଠିକର ପାଠ ହୋଇ ଥାନ୍ତା l ଏ ଭଳି ଏକ ଜଘନ୍ୟ ହତ୍ୟା କାଣ୍ଡର ରହସ୍ୟ କୁ ପୋଲିସି ପ୍ରଶାସନ କିଭଳି ନୀରବ ଦ୍ରଷ୍ଟା ସାଜିଛି   ସେଥିନେଇ ସନ୍ଦେହ ଘନୀ ଭୂତ ହେବାରେ ଲାଗିଛି l ପ୍ରଦେଶ କଂଗ୍ରେସ୍ ଏଥି ନେଇ ଆଗକୁ ବାହାରି ଥିବା ବେଳେ ଏ ନେଇ ପାରାଦୀପ ପୋଲିସ ତରଫରୁ ପନ୍ଦର ଦିନ ସମୟ ମାଗିଛି l ଯଦି ପନ୍ଦର ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦୀୟା ନ ଜାଏ କିମ୍ବା ସୁକେସ୍ ମଣ୍ଡଳ ପରିବାରକୁ ନ୍ୟାୟ ନ ମିଳେ ତେବେ ଆଗକୁ ଏହା କୂ ନେଇ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦେଶ କଂଗ୍ରେସ୍ କମିଟିର ସଭାପତି କେଦାର ନାଥ ବିଶ୍ଵାଳ ତଥା ପୂର୍ବତନ କଂଗ୍ରେସ୍ ବିଧାୟକ ପ୍ରlଥୀ ନିରଞ୍ଜନ ନାୟକ ପ୍ରମୁଖ l ଏହି ଶ୍ୱୋଭା ଯାତ୍ରା ରେ କଳିଙ୍ଗ ମହିଳା ଶକ୍ତିର ସଭାନେତ୍ରୀ ମନୋରମା ଖଟୁଆ ଯୋଗ ଦେଇ ଥିବା ବେଳେ ବହୁ କଂଗ୍ରେସ୍ କର୍ମୀ ମାନେ ସାମିଲ ହୋଇ ଥିଲେ l