ଜୁନ୍ ଶେଷ ସପ୍ତାହରେ ସ୍ବତନ୍ତ୍ର ଓଜେଇଇ
ଭୁବନେଶ୍ବର : ବି.ଟେକ୍, ଲାଟେରାଲ ଏଣ୍ଟ୍ରି-ଟେକ୍(ଡିପ୍ଲୋମା), ଏମ୍ବିଏ, ଏମ୍ସିଏ ଓ ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଜୁନ୍ ଶେଷ ସପ୍ତାହରେ ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ। ଜୁନ୍ ୨୬ରୁ ୩୦ ମଧ୍ୟରେ ଏକ ଘଣ୍ଟା ଧରି ହେବାକୁ ଥିବା ଏହି ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ। ଆଗ୍ରହୀ ଛାତ୍ରଛାତ୍ରୀ ଜୁନ୍ ୧ରୁ ୮ମଧ୍ୟରେ ଆବେଦନ କରିପାରିବେ।
ଆବେଦନ କରିବା ପୂର୍ବରୁ ସୂଚନା ପୁସ୍ତିକାକୁ ଭଲ ଭାବେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଜେଇଇ ମେନ୍(ବି.ଟେକ୍) କିମ୍ବା ଓଜେଇଇ(ଅନ୍ୟାନ୍ୟ ପାଠ୍ୟକ୍ରମ)ରେ ରୢାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ଆବେଦନ କରିବାର କୌଣସି ଆବଶ୍ୟକ ନାହିଁ। ଓଜେଇଇ ପ୍ରଥମ ପର୍ୟ୍ୟାୟ କାଉନସେଲିଂ ପରେ ଖାଲିଥିବା ସିଟ୍ରେ ନାମଲେଖା ପାଇଁ ସ୍ବତନ୍ତ୍ର ଓଜେଇଇ ରୢାଙ୍କଧାରୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ବାହାର ରାଜ୍ୟର ଛାତ୍ରଛାତ୍ରୀ ସରକାରୀ କଲେଜରେ ନାମଲେଖା ପାଇଁ ଯୋଗ୍ୟ ହେବେ ନାହିଁ ବୋଲି ଓଜେଇଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।




admin 