ଗଳ୍ପ ସଙ୍କଳନ "ବସୁନ୍ଧରା "ର ଲୋକାର୍ପଣ ଉତ୍ସବ
କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଆଇନା ପ୍ରକାଶନ ଆନୁକୂଲ୍ୟରେ ସୁପରିଚିତ ଲେଖିକା ଶ୍ରୀମତୀ ବେଲା ତ୍ରିପାଠୀଙ୍କ ରଚିତ ଗଳ୍ପ ସଙ୍କଳନ "ବସୁନ୍ଧରା "ର ଉନ୍ମୋଚନ ହୋଇ ଯାଇଛି। ମା ଟିଏ ଅନେକ ସ୍ୱପ୍ନ ଦେଖି ପିଲାମାନଙ୍କୁ ଜନ୍ମ ଦେଇ ଲାଳନ ପାଳନ କରି ଶିକ୍ଷା ଦୀକ୍ଷା ଦେଇ ବଡ କରିଥାଏ। ହେଲେ ସେହି ସନ୍ତାନମାନେ ବଡହୋଇ ମାଆର ସେ ଦୁଃଖକୁ ଭୁଲି ଯାଆନ୍ତି। ବୃଦ୍ଧ ଅବସ୍ଥାରେ ବାପା ମାଆଙ୍କୁ ବୃଦ୍ଧା ଆଶ୍ରମରେ ଛାଡ଼ି ଦେଇ ନିଜ ସୁଖ ଶାନ୍ତି ଉପରେ ଗୁରୁତ୍ବ ଦିଅନ୍ତି। ବିଦେଶ ଯାଇ ବାପା ମାଆ ଠାରୁ ଦୂରରେ ରହି ବାପା ମାଆଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ଭୁଲିଯାଆନ୍ତି। ଏପରି ସବୁ ସମସ୍ୟାକୁ ନେଇ ଲେଖିକାଙ୍କର ଏହି ବସୁନ୍ଧରାର ସୃଷ୍ଟି। ଏହି ପୁସ୍ତକ ଉନ୍ମୋଚନ ଅବସରରେ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଆଇନାର ସଂପାଦକ ଶ୍ରୀଯୁକ୍ତ କ୍ଷେତ୍ରବାସୀ ସାହୁ । ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ସୁସାହିତ୍ୟିକ ତଥା ସମାଜସେବୀ ବିଭୁତି ଭୁଷଣ ମିଶ୍ର, ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ ଅଧ୍ୟାପକ ଡକ୍ଟର ନାରାୟଣ ପଣ୍ଡା, ବିଶିଷ୍ଟ ଅତିଥି ଡକ୍ଟର ପ୍ରମୋଦ କୁମାର ମହାପାତ୍ର, ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ ଡକ୍ଟର ଦୀପକ ସାମନ୍ତରାୟ, ସଭାପତିତ୍ବ କରିଥିଲେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଏବଂ ଦିଲ୍ଲୀପ କୁମାର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ଆଗେଇ ନେଇଥିବାବେଳେ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ ଓ ସାହିତ୍ୟିକା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ହୋଇ ପୁସ୍ତକ ଲୋକାର୍ପଣରେ ସହଯୋଗ କରିଥିଲେ।