ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ତିନିଜଣଙ୍କ ମୃତ୍ୟୁ

ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ତିନିଜଣଙ୍କ ମୃତ୍ୟୁ

ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ପାଇଁ ଭିତରକୁ ପଶିଥିବାବେଳେ ବେଳେ ଅଣନିଶ୍ୱାସୀ ହୋଇ ତିନିଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ପୁକୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ବସନ୍ତ ରୋହିଦାସ ଙ୍କ ଘରେ ନିର୍ମାଣଧୀନ ପାଇଖାନା ଟାଙ୍କି ର ସେଣ୍ଟ୍ରିଙ୍ଗ ଖୋଲିବାକୁ ସେ ନିଜେ ଓ ଶ୍ରମିକ ଭରତ ରଣା, ସିଦ୍ଧାର୍ଥ ମୁଣ୍ଡା, ଶ୍ରୀକାନ୍ତ ମୁଣ୍ଡା ଜଣେ ପରେ ଜଣେ ଟାଙ୍କି ଭିତରକୁ ପଶିଥିଲେ l ପରେ ସେମାନେ ଭିତରେ ଅଣନିଶ୍ୱାସୀ ହୋଇ ବେହୋସ ହୋଇ ପଡ଼ିଥିଲେ l ସେଠାରେ ଉପସ୍ଥିତ ଲୋକଙ୍କ କହିବାକଥା ଟାଙ୍କି ଭିତରେ କୌଣସୀ ବିଷାକ୍ତ ଗ୍ୟାସ ପ୍ରଭାବ ରେ ଆସି ଏମାନେ ଅଣନିଶ୍ୱାସୀ ହୋଇ ଚେତା ହରେଇଛନ୍ତି l ପରେ jcb ମେସିନ ସାହାଯ୍ୟରେ ଟାଙ୍କି ଭାଙ୍ଗି ଘର ମାଲିକ ସହ ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି  ଫାଶୀମାଲ ଡାକ୍ତରଖାନା କୁ ନେଇଥିଲେ l ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଥିବା ସିଦ୍ଧାର୍ଥ ମୁଣ୍ଡା ଙ୍କୁ କୁଚିଣ୍ଡା ଡାକ୍ତରଖାନା ଓ ପରେ ସମ୍ବଲପୁର କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ଖବର ପାଇ ଜମନକିରା ପୁଲିସ ପହଂଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି l