ବ୍ରାଣ୍ଡ୍‌, ଲୋଗୋ ବଦଳିବ : ପରିଚୟ ହରାଇବ ଟ୍ବିଟର

ବ୍ରାଣ୍ଡ୍‌, ଲୋଗୋ ବଦଳିବ : ପରିଚୟ ହରାଇବ ଟ୍ବିଟର

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡ଼ିଆର ପରିଚୟକୁ ନେଇ ସଙ୍କଟ ସୃଷ୍ଟି ହୋଇଛି। ଏହାର ନୂଆ ମାଲିକ ତଥା ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କ ଟ୍ବିଟର୍‌କୁ ରିବ୍ରାଣ୍ଡିଂ କରିବା ଉପରେ ବିଚାର କରୁଛନ୍ତି। ଚୀନ୍‌ର ୱିଚାଟ୍‌ ଭଳି ଟ୍ବିଟରକୁ ସେ ଏକ ସୁପର୍‌ ଆପ୍‌ ଭାବେ ବିକାଶ କରିବାକୁ ଚାହୁଛନ୍ତି। ସୁପର୍‌ ଆପ୍‌ରେ ସୋସିଆଲ ମିଡିଆ ସହିତ ଟାକ୍ସି ବୁକିଂ, ସପିଙ୍ଗ, ପେମେଣ୍ଟ୍‌ ଆଦି ବହୁ କାର୍ଯ୍ୟ ହୋଇପାରୁଛି। ମସ୍କ ଟ୍ବିଟରର ନାମ ବଦଳାଇ ‘ଏକ୍ସ’ରଖିବାକୁ ମନ ସ୍ଥିର କରିଛନ୍ତି। ପର୍ଯ୍ୟାୟକ୍ରମେ କଂପାନିର ପରିଚୟ ପାଲଟିଥିବା ନୀଳ ଚଢ଼େଇକୁ ମଧ୍ୟ ସେ ହଟାଇ ନୂଆ ଲୋଗୋ ଆଣିବେ।

ଗତ ଏପ୍ରିଲ୍‌ରେ କିଛି ସମୟ ପାଇଁ କଂପାନିର ନୀଳ ଚଢ଼େଇ ଲୋଗୋକୁ ବଦଳାଇ ସେହି ସ୍ଥାନରେ ଡୋଜ୍‌କଏନ୍‌ ସିବା ଇନର ଛବି ରଖାଯାଇଥିଲା। ଅବଶ୍ୟ ତାହାକୁ ପରବର୍ତ୍ତୀ ସମୟ‌ରେ ହଟାଇ ଦିଆଯାଇଛି। ଟ୍ବିଟର୍‌ର ବ୍ରାଣ୍ଡ୍‌କୁ ସମ୍ପୂର୍ଣ୍ଣ ବଦଳାଇ ଦିଆଯିବ ବୋଲି ମସ୍କ କହିଛନ୍ତି। ‘ଏକ୍ସ’ ନାମରେ ଏକ ସୁପର୍ ଆପ୍ ବିକାଶ କରିବା ଲାଗି ମସ୍କ ଦୀର୍ଘ ଦିନରୁ ବିଚାର କରୁଛନ୍ତି। ସେହି ଯୋଜନାର ଏକ ଅଂଶ ଭାବେ ଗତବର୍ଷ ୪୪୦୦ କୋଟି ଡଲାରରେ ସେ ଟ୍ବିଟରକୁ କିଣିଛନ୍ତି। ତାହାକୁ ‘ଏକ୍ସ’ ସହିତ ମିଶ୍ରଣ କରାଯିବ ବୋଲି ସେ କହିଛନ୍ତି। କଂପାନିର ସିଇଓ ଭାବେ ଲିଣ୍ଡା ୟାକାରିନୋକୁ ନିଯୁକ୍ତି ଦେଇଛନ୍ତି।