ଉତ୍ତର କାହା ପାଖରେ ନାହିଁ । ବୁଢା ବୟସରେ ଏତେ ଉପରକୁ କେମିତି ଗଲେ ସମସ୍ତେ ଆଶ୍ଚର୍ଯ୍ୟ ।

ଉତ୍ତର କାହା ପାଖରେ ନାହିଁ । ବୁଢା ବୟସରେ ଏତେ ଉପରକୁ କେମିତି ଗଲେ ସମସ୍ତେ ଆଶ୍ଚର୍ଯ୍ୟ ।

କିଏ କହୁଛି ବାୟାକୁ ଜଗନ୍ନାଥ ଡାକିଥିଲେ, କିଏ କହୁଛି ତାର ମାନସିକ ଥିଲା, ପୁଣି ଶୁଣିବାକୁ ମିଳୁଛି ସେ କାଳେ ମନ୍ଦିର ସେବାରେ ଜଡିତ ଥିଲା । କିନ୍ତୁ କେହି କହୁ ନାହାନ୍ତି ବାୟା ବାସ୍ତବରେ କାହିଁକି ଚଢିଥିଲା ।  ଶ୍ରୀମନ୍ଦିର ଦଧିନଉତି ଉପରକୁ ବାୟା ଓରଫ ବଳରାମ ବେହେରା ଚଢିବା ଘଟଣା ରାତି ପାହି ଦିନ ହୋଇ ଗଲାଣି, ହେଲେ ସେ କାହିଁକି ଉପରକୁ ଚଢିଲା ତାହା କୌଣସି ଅଧିକାରୀ କିମ୍ବା ସେବାୟତ କହୁ ନାହାନ୍ତି । ଏହା ଏକ ସୁରକ୍ଷା ଜନିତ ତ୍ରୁଟି ଥିଲା ବୋଲି ସମସ୍ତେ ଟୁପୁରୁ ଟାପୁରୁ ହେଉଥିବା ବେଳେ ଜିଲ୍ଲା ପୋଲିସ ଏ ଯାଏଁ ଚୁପ୍ ଅଛି । ଏତେ ସଂଖ୍ୟାରେ ପୋଲିସ କର୍ମଚାରୀ, ଜେଟିପି, ସେବାୟତ ଥିଲେ ବି କେମିତି ଏତେ ବାଟ ଯାଏଁ ଅନାୟସରେ ବୃଦ୍ଧ ଜଣକ ଚଢିଗଲେ କାହା ପାଖରେ ଉତର ନାହିଁ । କିନ୍ତୁ ବାୟା ମହାରଣା ନିଜ ପ୍ରାଥମିକ ବୟାନରେ କହିଛି ସେ କାଳେ ୧୯୮୮ ମସିହାରୁ ମନ୍ଦିର ସେବା ସହ ଜଡିତ । ତାର ସାଙ୍ଗିଆକୁ ଦେଖିଲେ ଅନୁମାନ ହୁଏ ସେ ରଥ ନିର୍ମାଣ କାମରେ ନିୟୋଜିତ ହୋଇଥାଇ ପାରନ୍ତି । କିନ୍ତୁ ପ୍ରଶ୍ନ ହେଉଛି ଯେ ଦଧି ନଉତି ଉପରକୁ ଚୁନରା ସେବାୟତ ଚଢିବା ଅଧିକୃତ ଓ ଅଭିଜ୍ଞତା ରହିଛି । ବିନା ଅଭିଜ୍ଞତାରେ ଏତେ ଉପରକୁ କେମିତି ଚଢିଲେ ବାୟା । ତା ସହିତ ୬୨ ବର୍ଷ ବୟସରେ ଏତେ ସାହାସ ଓ ଶକ୍ତି କେମିତି ଆସିଲା ତାଙ୍କ ଶରୀରକୁ ? ଅଭିଜ୍ଞ ସେବାୟତ କହିଛନ୍ତି ମନ୍ଦିର ଉପରକୁ ଚଢିବା ଯେତିକି କଷ୍ଟ ତା ଠାରୁ ଅଧିକ କଷ୍ଟ ତଳକୁ ଓହ୍ଲାଇବା । କିନ୍ତୁ ବାୟା ଦଧନଉତି ଉପରକୁ ଅତି ସହଜରେ ଚଢିଥିଲେ ଓ ବିନା କୌଣସି ଅଘଟଣରେ ଓହ୍ଲାଇ ବି ଥିଲେ । ପୋଲିସ, ଦମକଳ ବିଭାଗ ଓ ଚୂନରା ସେବାୟତ ତାଙ୍କୁ କାବୁ କରିବା ପାଇଁ ଯୋଜନା କରୁଥିବା ବେଳେ ସେ କିନ୍ତୁ ତଳେ ପହଂଚି ସାରିଥିଲେ । ପୋଲିସ କେବଳ ତାଙ୍କୁ ଧରି ଥାନାକୁ ନେଇଯାଇଥିଲା । ତଳକୁ ଓହ୍ଲାଇବା ପରେ ବି ସେ ବିଚଳିତ ନ ଥିଲେ । ବଳରାମ ପୁରା ସ୍ଥିତପ୍ରଜ୍ଞ ଥିଲେ । 
ହେଲେ ଏଠାରେ ପ୍ରଶ୍ନ ହେଉଛ. ଶ୍ରୀମନ୍ଦିରରେ ଏତେ ବଡ ସୁରକ୍ଷା ଜନିତ ତ୍ରୁଟି ହେଲା କିପରି ? ଏହା ପୂର୍ବରୁ ଶ୍ରୀମନ୍ଦିରରେ ମାଳମାଳ ସୁରକ୍ଷା ବିଭ୍ରାଟ ହୋଇ ସାରିଛି । ଗତ ବର୍ଷ ଜଣେ ଯୁବକ ରୋଷଘରେ ପଶି ଚୂଲି ଓ ହାଣ୍ଡିଆଟିକା ଭାଙ୍ଗି ଦେଇଥିଲା । ଏହା ବାଦ ପ୍ରତି କିଛି ମାସ ଅନ୍ତରରେ ଅଣହିନ୍ଦୁ ପ୍ରବେଶ ଏକ ସାଧାରଣ କଥା ହୋଇ ଗଲାଣି । ଏବେ ସାଧାରଣରେ ପ୍ରଶ୍ନ କେବେ ସୁଧୁରିବ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥା ।