ଅକ୍ଟୋବର ୧ ରୁ ୫ ଦିନ ପାଇଁ ଟ୍ରାଫିକ କଟକଣା ଲାଗୁ, ଜାଣନ୍ତୁ କ’ଣ

ଅକ୍ଟୋବର ୧ ରୁ ୫ ଦିନ ପାଇଁ ଟ୍ରାଫିକ କଟକଣା ଲାଗୁ, ଜାଣନ୍ତୁ କ’ଣ

ଅକ୍ଟୋବର ୧ ରୁ ୫ ଦିନ ପାଇଁ ଟ୍ରାଫିକ କଟକଣା ଲାଗୁ, ଜାଣନ୍ତୁ କ’ଣ


ଭୁବନେଶ୍ୱର: ଦୁଇ ବର୍ଷ ପରେ ରାଜଧାନୀରେ ହେବ କଟକଣାମୁକ୍ତ ଦୁର୍ଗାପୂଜା । ବେଶ୍‌ ଧୁମଧାମ୍‌ରେ ୧୭୮ଟି ମଣ୍ଡପରେ ପୂଜା ପାଇବେ ଜଗତଜନନୀ । ପୂର୍ବ ଅପେକ୍ଷା ଏଥର ଭକ୍ତଙ୍କ ଭିଡ଼ ବଢ଼ିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୁଲିସ ଅକ୍ଟୋବର ୧ ତାରିଖ ଠାରୁ ୫ ଦିନ ପାଇଁ ଟ୍ରାଫିକ କଟକଣା ଲାଗୁକରିଛି । ସହରର ପ୍ରମୁଖ ରାସ୍ତାରେ ଭାରୀଯାନ ପ୍ରବେଶରେ ରୋକ ଲଗାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ ରୋଡ୍‌ରେ ମଧ୍ୟ ଭାରୀଯାନ ଗଡ଼ିବନି । ଏପରିକି କିଛି ପୂଜା ପେଣ୍ଡାଲ ନିକଟବର୍ତ୍ତୀ ରାସ୍ତା ଓ ପ୍ରବେଶସ୍ଥଳରେ ବାଇକ୍‌ ମଧ୍ୟ ପଶି ପାରିବନି । ଅପରାହ୍ଣ ୪ଟାରୁ ରାତି ୨ଟା ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
ପୁଲିସ ସୂଚନା ମୁତାବକ, ଖଣ୍ଡଗିରିରୁ ରସୁଲଗଡ଼ ଭିତରେ ଏନ୍‌ଏଚ୍‌-୧୬ରେ କେବଳ ଓଭରବ୍ରିଜ୍‌ରେ ହିଁ ଭାରୀଯାନ ଯାଇପାରିବ । ଖଣ୍ଡଗିରି ଛକରୁ ପୋଖରୀପୁଟ ଯାଏଁ ଭାରୀଯାନ ଗଡ଼ିବନି । ଏହି ରାସ୍ତାକୁ ସଂଯୋଗ କରୁଥିବା ଜାଗମରା ଓ ଗଣ୍ଡମୁଣ୍ଡା ରାସ୍ତାରେ ମଧ୍ୟ ଅପରାହ୍ଣ ୪ରୁ କୌଣସି ଭାରୀଯାନ ଯାଇ ପାରିବନି । ସେହିପରି ଫାୟାର୍‌ ଷ୍ଟେସନ ଛକଠୁ ଶିଶୁଭବନ ଛକ ଏବଂ ସିଆର୍‌ପିଏଫ୍‌ ଛକରୁ ପାୱାର ହାଉସ ଛକ ପର୍ୟ୍ୟନ୍ତ ଭାରୀଯାନ ପ୍ରବେଶ ନିଷେଧ କରାଯାଇଛି ।ଜୟଦେବ ବିହାର ଛକରୁ ୨ ପାଶ୍ୱର୍ ରାସ୍ତାକୁ ମଧ୍ୟ ଭାରୀଯାନ ପଶିବନି । ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ଓ ଅପରପାଶ୍ୱର୍ରେ ରାଜଭବନ ଛକ ପର୍ୟ୍ୟନ୍ତ ଭାରୀଯାନ ପ୍ରବେଶରେ ରୋକ ଲଗାଯାଇଛି । ସେହିପରି ଆଚାର୍ୟ୍ୟବିହାର ଛକର ୨ପାଶ୍ୱର୍ରେ ଭାରୀଯାନ ପଶିବନି । ବାଣୀବିହାର ଛକରୁ ଜନପଥରେ ଶିଶୁଭବନ ଛକ ଯାଏଁ ଏବଂ ରସୁଲଗଡ଼ ଛକରୁ କଟକ ରୋଡ୍‌ରେ ଲିଙ୍ଗିପୁର ଟ୍ରାଫିକ ଯାଏଁ ଭାରୀଯାନ ଯାତାୟାତ ଉପରେ କଟକଣା ଲଗାଯାଇଛି ।

ବଡ଼ କଥା ହେଲା, ଏନ୍‌ଏଚ୍‌ର ବରମୁଣ୍ଡା ଓଭରବ୍ରିଜ୍‌ରୁ ପଳାଶୁଣୀ ଯାଏଁ ସର୍ଭିସ ରୋଡ୍‌ରେ ମଧ୍ୟ ଭାରୀଯାନ ପ୍ରବେଶ ନିଷେଧ କରାଯାଇଛି । ଏନ୍‌ଏଚ୍‌ ପାଶ୍ୱର୍ରେ ୪ଟି ବଡ଼ ପୂଜା ପେଣ୍ଡାଲ ଥିବାରୁ ସର୍ଭିସ୍‌ ରୋଡ୍‌କୁ ଫାଙ୍କା ରଖିବାକୁ ପୁଲିସ ଯୋଜନା କରିଛି । ଆବଶ୍ୟକ ପଡ଼ିଲେ, ଖୋର୍ଦ୍ଧାରୁ କଟକ ଆଡ଼କୁ ଯାଉଥିବା ଟ୍ରକ୍‌ ଓ ବସ୍‌ଗୁଡ଼ିକୁ ପିତାପଲ୍ଲୀ ଛକରେ ଅଟକାଯିବ । ସେହି ଗାଡ଼ିଗୁଡ଼ିକ ବାମ ପାଶ୍ୱର୍ରେ ଚନ୍ଦକା ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଏନଏଚ୍‌ରେ ମିଶିପାରିବେ ।