ଅକ୍ଟୋବର ୭ରେ ଅନୁଭବଙ୍କ ପିଟିସନର ଶୁଣାଣି

ଅକ୍ଟୋବର ୭ରେ ଅନୁଭବଙ୍କ ପିଟିସନର ଶୁଣାଣି

ଅକ୍ଟୋବର ୭ରେ ଅନୁଭବଙ୍କ ପିଟିସନର ଶୁଣାଣି
ଭୁବନେଶ୍ୱର: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସାଂସଦ ଅନୁଭବ ମହାନ୍ତି ଦାୟର କରିଥିବା ଛାଡ଼ପତ୍ର ପିଟିସନର ଶୁଣାଣି ଆସନ୍ତା ଅକ୍ଟୋବର ୭ରେ କରାଯିବାକୁ ଦିନ ଧାର୍ଯ୍ୟ ହୋଇଛି । ଏନେଇ ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅନୁଭବ ଜୁଲାଇ ୧୯ ତାରିଖରେ ପିଟିସନ ଦାୟର କରିଥିଲେ । ପିଟିସନ ପୂର୍ବରୁ ଆପୋସ ଆଲୋଚନାରେ ଅଲଗା ପାଇଁ ଚେଷ୍ଟା କରିଥିଲେ । ବର୍ଷାଙ୍କୁ ମେସେଜ ଓ ଇ-ମେଲ ଜରିଆରେ ଲେଖି ଅଲଗା ହେବା ପାଇଁ ଚେଷ୍ଟା କରିଥିଲେ । ଜାନୁଆରୀ/ଫେବୃୟାରୀରୁ ଅନୁଭବ ଚେଷ୍ଟା ଚଳାଇଥିଲେ । ଅସଫଳ ହେବାରୁ ଅନୁଭବ ଛାଡ଼ପତ୍ର ଲାଗି ପିଟିସନ ଦାଏର କରିଥିବା ତାଙ୍କ ଓକିଲ ଅଶ୍ୱିନୀ ଦୁବେ ସୂଚନା ଦେଇଛନ୍ତି । ଶ୍ରୀ ଦୁବେ କହିଛନ୍ତି ଯେ, ବାହାଘର ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନଥିଲା । ବର୍ଷା ଅନୁଭବଙ୍କ ପରିବାର ସହ ରୁକ୍ଷ ବ୍ୟବହାର କରୁଥିଲେ । ଅନୁଭବଙ୍କ ପରିବାର ସହ ବର୍ଷା ଭଲ ସମ୍ପର୍କ ରଖୁନଥିଲେ ବୋଲି ଶ୍ରୀ ଦୁବେ କହିଛନ୍ତି । ପ୍ରକାଶ ଯେ, ଅନୁଭବଙ୍କ ନାଁରେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଭରଣପୋଷଣ ମାମଲା ରୁଜୁ ପରେ ବର୍ଷାଙ୍କ ବିରୋଧରେ ମଧ୍ୟ ଅନୁଭବ ଛାଡପତ୍ର ପିଟିସନ ଦାଖଲ କରିଛନ୍ତି। ଅନୁଭବ ଦାଖଲ କରିଥିବା ୪୭ ପୃଷ୍ଠାର ଛାଡ଼ପତ୍ର ପିଟିସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିଲେ । ଶାରୀରିକ ସମ୍ପର୍କ ସ୍ଥାପନ ନହେବାରୁ ମୁଁ ଅସହଜ ଓ ଅସୁଖୀ ମନେ କରୁଥିଲି । ବାହାଘରର ପ୍ରଥମ ଦିନ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ଶାରୀରିକ ସମ୍ପର୍କ ରଖିବାକୁ ବର୍ଷା ୩/୪ ମାସ ସମୟ ମାଗିଥିଲେ । ମୁଁ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲି ବୋଲି ଅନୁଭବ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି । ଏହାଛଡ଼ା ଅନୁଭବ ଉକ୍ତ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି । ଦିଲ୍ଲୀରେ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲି । ଦିଲ୍ଲୀ ରହଣି ପରେ ଉଭୟେ କଟକ ଫେରିଥିଲୁ । କଟକକୁ ଫେରିବା ପରେ ବର୍ଷା ଖୁସିଥିଲେ । କଟକ ଫେରିଲେ ଆମର ସମ୍ପର୍କ ରହିବ ବୋଲି ବର୍ଷା କହିଥିଲେ । କିନ୍ତୁ ବର୍ଷା ସମ୍ପର୍କ ନରଖି ପୁଣି ୭/୮ ମାସ ସମୟ ମାଗିଥିଲେ । ଶାଶୁଘର ନରହି ବର୍ଷା ଅଧିକାଂଶ ସମୟ ବାପଘରେ ରହୁଥିଲେ । ବର୍ଷା ଶାଶୁଘର ଖାଦ୍ୟ ପସନ୍ଦ କରୁନଥିବା ଅନୁଭବ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି । ଏହାଛଡ଼ା ବର୍ଷା ଜଣେ ଭଲ ପତ୍ନୀ ଓ ଜଣେ ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି । ୨୦୧୯ ମେ ୧ରୁ ଆମେ ପରସ୍ପର ଠାରୁ ଅଲଗା ରହିଆସୁଛୁ । ବର୍ଷା ଶାଶୁଘର ଲୋକଙ୍କ ସହ ମିଶୁନଥିଲେ । ବାପଘର ଯିବାକୁ ବର୍ଷା ବାହାନା କରୁଥିଲେ । ସହଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ମିଥ୍ୟା ଅଭିଯୋଗ କରୁଥିଲେ । ମିଥ୍ୟା କେସରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ଧମକ ଦେଇଥିଲେ । ବାପଘର ଲୋକଙ୍କ ଆଗରେ ବର୍ଷା ମୋତେ ଅପମାନିତ କରୁଥିଲେ । ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ବର୍ଷା ବିଫଳ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି ଉକ୍ତ ପିଟିସନରେ ଉଲ୍ଲେଖ କରିଛନ୍ତି ।