ଅଗ୍ନିକାଣ୍ଡ ନେଇ ଏହା କହିଲେ କମିଶନର

ଅଗ୍ନିକାଣ୍ଡ ନେଇ ଏହା କହିଲେ କମିଶନର

ଅଗ୍ନିକାଣ୍ଡ ନେଇ ଏହା କହିଲେ କମିଶନର
ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ନିଆଁ ଲାଗିବା ଘଟଣା ନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ରହିଛି । ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନଜି ଟାଙ୍କି ରହିଛି । ସିଏନଜି ଟାଙ୍କିରେ ନିଆଁ ଲାଗିଛି । ପେଟ୍ରୋଲ ଓ ଡିଜେଲ ଅକ୍ଷତ ଅଛି । ସ୍ଥିତି ନିୟନ୍ତ୍ରଣକୁ ଆସିଗଲାଣି । କିଛି ସମୟରେ ପୂରା ନିୟନ୍ତ୍ରଣ ହେବ । କିଛି ଲୋକ ଆହତ ହୋଇଛନ୍ତି । କେତେ ଆହତ ହୋଇଛନ୍ତି ସେନେଇ ନିର୍ଦ୍ଧିଷ୍ଟ କହି ହେବନି । ଆହତମାନଙ୍କୁ ହସ୍ପିଟାଲ ପଠାଯାଉଛି । ପର୍ଯ୍ୟପ୍ତ ଆମ୍ବୁଲାନ୍ସ ଅଛି । ବିସ୍ଫୋରଣ ଘଟିଥିବା ସିଏନଜି ପାଖରେ ପେଟ୍ରୋଲ ଟାଙ୍କି ରହିଛି । ସେଥିରେ ଯେମିତି ନିଆଁ ନଲାଗିବ, ଆମେ ଉଦ୍ୟମ ଚଳାଇଛୁ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ଅନ୍ୟପକ୍ଷରେ ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଆହତଙ୍କ ସଂଖ୍ୟା ନେଇ କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ଏଯାବତ ୮ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ସେ କହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି । ଗୁରୁତରମାନଙ୍କୁ ଏସିବି ପଠାଯାଇଥିବା କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ କହିଛନ୍ତି । ପ୍ରକାଶ ଯେ, ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ନିଆଁ ଲାଗିଛି । ଏନେଇ ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖ ପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉକ୍ତ ଅଞ୍ଚଳକୁ କର୍ଡନ କରି ରଖିଛି । ବିସ୍ଫୋରଣରେ ଅନେକ ଗାଡ଼ି ଛିନଛତ୍ର ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପେଟ୍ରୋଲ ପମ୍ପର ୧ କିମି ପରିଧି ଭିତରେ ଭୂକମ୍ପ ଭଳି ଝଟକା ଲାଗିଥିଲା । ରାଜଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ରାସ୍ତାକୁ ପୁଲିସ ସିଲ କରିଛି । ଘଟଣାସ୍ଥଳରେ ପୁଲିସ କମିଶନର ଓ ଡିସିପି ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅଦୁଯାୟୀ ପ୍ରଥମେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ହେଲା । ଏତେ ଜୋରରେ ଶବ୍ଦ ହେଲା ଯେ, ଭୂମିକମ୍ପ ଭଲି ଲାଗିଲା । ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଭୟଭୀତ ହୋଇପଡିଥିଲେ ।