ଅଡୁଆରେ ଶିଳ୍ପାଙ୍କ ସ୍ୱାମୀ

ଅଡୁଆରେ ଶିଳ୍ପାଙ୍କ ସ୍ୱାମୀ

ଅଡୁଆରେ ଶିଳ୍ପାଙ୍କ ସ୍ୱାମୀ
ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ଡେ ଏବେ ଅଭିନେତ୍ରୀ ଶିଳ୍ପୀ ସେଟ୍ଟୀଙ୍କ ସ୍ୱାମୀ ରାଜକୁଦ୍ରାଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି । ରାଜ ଓ ତାଙ୍କ ସହଯୋଗୀ ସୌରଭ କୁଶୱାଙ୍କ କମ୍ପାନୀ ପୁନମଙ୍କ ଫଟୋ ଓ ଭିଡିଓକୁ ନିଜ କାମରେ ବେଆଇନ ଭାବେ ବ୍ୟବହାର କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ପୁନମ ରାଜ ଏବଂ ସୌରଭଙ୍କ ବିରୋଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପୁନମ କହିଛନ୍ତି ରାଜ ଓ ତାଙ୍କ କମ୍ପାନୀ ପୁନମଙ୍କ ଫଟୋ ଓ ଭିଡିଓ ବ୍ୟବହାର କରି ଟଙ୍କା ରୋଜଗାର କରୁଛନ୍ତି । ଇଣ୍ଟରନେଟରେ ତାଙ୍କ ଫଟୋ ଓ ଭିଡିଓକୁ ଦେଖି ଲୋକେ ପୁନମଙ୍କୁ ଅଶ୍ଳୀଳ କଥା ମଧ୍ୟ କହୁଛନ୍ତି । ପୁନମଙ୍କ କହିବା ଅନୁଯାୟୀ, ରାଜ ଓ ସୌରଭଙ୍କ କମ୍ପାନୀ ଆମସପ୍ରାଇମ ମିଡିଆ ସହ ସେ ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ବହୁତ କମ ସମୟ ପାଇଁ ଥିଲା । ରାଜଙ୍କ କମ୍ପାନୀ ପୁନମଙ୍କ ଆପ୍ଲିକେସନ କାମ ଦେଖୁଥିଲେ । ଏହି ଚୁକ୍ତିରେ କିଛି ଠକେଇ ସନେ୍ଦହ କରି ପୁନମ କମ୍ପାନୀ ସହ ଚୁକ୍ତି ଭଙ୍ଗ କରିଥିଲେ । କିନ୍ତୁ ଚୁକ୍ତି ଶେଷ ହେବା ପ୍ରାୟ ୮ ମାସ ବିତିଯାଇଥିଲେ ବି ରାଜଙ୍କ କମ୍ପାନୀ ପୁନମଙ୍କ ଫଟୋ ଓ ଭିଡିଓକୁ କ୍ରମାଗତ ବ୍ୟବହାର କରୁଛି । ଅପରପକ୍ଷେ ରାଜ ଓ ସୌରଭ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।