ଅଦିନିଆ ବର୍ଷାରେ ଭିଜିଲା ସାରା ଓଡିଶା ।

ଅଦିନିଆ ବର୍ଷାରେ ଭିଜିଲା ସାରା ଓଡିଶା ।

ଅଦିନିଆ ବର୍ଷାରେ ଭିଜିଲା ସାରା ଓଡିଶା ।
ପୁଣି ପାଗରେ ପରିବର୍ତ୍ତନ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଜାରି ରହିଛି । ଆହୁରି ୨୪ ଘଣ୍ଟା ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୧୩ କିମି ବର୍ଷା ରେକର୍ଡ଼ କରାଯାଇଛି । ଗତକାଲି ଠାରୁ ରାଜ୍ୟରେ ବର୍ଷା ଜାରି ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଉ ୨୪ଘଣ୍ଟା ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରେ ବର୍ଷା ହେବ । ୮ କିମ୍ବା ୯ ତାରିଖରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବା ସମ୍ଭାବନା ରହିଛି । ଆଗକୁ ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।