ଅଧ୍ୟାପିକା ରୁକ୍ମିଣୀ ଆତ୍ମହତ୍ୟା ଘଟଣାସ୍ଥଳରେ ଜିଲ୍ଲା ଆରକ୍ଷୀଙ୍କ ମାରାଥନ ତଦନ୍ତ
ଅଧ୍ୟାପିକା ରୁକ୍ମିଣୀ ଆତ୍ମହତ୍ୟା ଘଟଣାସ୍ଥଳରେ ଜିଲ୍ଲା ଆରକ୍ଷୀଙ୍କ ମାରାଥନ ତଦନ୍ତ
admin
Dec 3, 2019 - 01:45
Updated: Dec 3, 2019 - 01:45
ବାରିପଦା-ଓଡିଶାର ବହୁ ଚର୍ଚ୍ଚିତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମହାବିଦ୍ୟାଳୟର ଚୁକ୍ତି ଭିତ୍ତିକ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ରୁକ୍ମିଣୀ ମଣ୍ଡଳଙ୍କ ଶନିବାର ରାତିରେ ଆତ୍ମହତ୍ୟା ଘଟଣା ନେଇ ସାରା ଓଡ଼ିଶା ଉଠୁଛି ଓ ପଡୁଛି । ଝାରପୋଖରିଆ ପୋଲିସର ଦାୟିତ୍ବହୀନତା ଯୋଗୁଁ ଅକାଳରେ ପିଡିତା ତଥା ପ୍ରତିଭାବାନ ଅଧ୍ୟାପିକା ରୁକ୍ମିଣୀ ନ୍ୟାୟ ପାଇବା ନିମନ୍ତେ ସଂଗ୍ରାମ ଚଳାଇ ନିରାଶ ହେବା ପରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହି
ହୋଇଥିଲେ । ବର୍ତ୍ତମାନ ଏହା ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଗଲା । ଉକ୍ତ ଘଟଣାରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାସ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିଥିବା କାରଣରୁ ଝରପୋଖରୀଆ ଥାନା ଅଧିକାରୀ ଶରତ କୁମାର ମହାଳିକଙ୍କୁ ବଦଳି କରିଥିବା ବେଳେ ମାମଲାରେ ଆଇଓ ଥିବା ଏଏସଆଇ ପ୍ରଶାନ୍ତ ସ୍ବାଇଁଙ୍କୁ ନିଲମ୍ବନ କରିଥିଲେ । ମାତ୍ର ପୁଲିସ ବିଭାଗର ଡ଼ିଜି ଝାରପୋଖରୀଆ ଥାନା ଅଧିକାରୀ ଶରତ କୁମାର ମହାଳିକଙ୍କୁ ନିଲମ୍ବନ ଆଦେଶ ଜାରି କରିବା ସଙ୍ଗେ ସଙ୍ଗେ ମୟୂରଭଞ୍ଜ ଏସପି ସ୍ମିଥ ପି ପରମାରଙ୍କୁ ମାମଲାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଏସପି ପୁରାଏକ୍ସନ ମୁଡ଼ରେ ସୋମବାର ରାଇରଙ୍ଗପୁର ମହାବିଦ୍ୟାଳୟକୁ ଆସି ଅଧ୍ୟାପିକା ଆତ୍ମହତ୍ୟା ମାମଲାରେ ତଦନ୍ତ ସାରି ଫେରି ଯାଇଛନ୍ତି । ଏହି ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ର ଛାତ୍ରୀ କଲେଜ ସମ୍ମୁଖରେ ବିକ୍ଷୋଭ କରିଥିବା ସମୟରେ ଅଖିଳ ଭାରତ ଛାତ୍ର ସଂଘ ତରଫରୁ ଜିଲ୍ଲା ଆରକ୍ଷୀଙ୍କୁ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଦାବି କରିଥିଲେ । ଜିଲ୍ଲା ଆରକ୍ଷୀ ଖୁବ ଶୀଘ୍ର କଲେଜ ପରିସରରେ ସିସି କେମେରା ଲଗାଯିବା ସହ ଏକ ସିକ୍ଯୁରିଟି ଗାର୍ଡ ଯୋଗାଇ ଦେବେ ବୋଲି କହିଥିଲେ ।