ଅଷ୍ଟ୍ରେଲିଆ ବିପକ୍ଷରେ ଶତକ, ଜଲୱା ଦେଖାଇଲେ ଶୁବମନ ଗିଲ

ଅଷ୍ଟ୍ରେଲିଆ ବିପକ୍ଷରେ ଶତକ, ଜଲୱା ଦେଖାଇଲେ ଶୁବମନ ଗିଲ

ଅହମ୍ମଦାବାଦ:  ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟର ୩ୟ ଦିନରେ ଶୁବମନ ଗିଲ ସମସ୍ତଙ୍କୁ  ଜଲୱା ଦେଖାଇଛନ୍ତି। ଗିଲ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଏହା ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପ୍ରଥମ ଶତକ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ଥିଲା ୯୧। ୨୦୨୧ ଗାବା ଟେଷ୍ଟରେ ଗିଲ ଶତକ ଠାରୁ ୯ ରନ ପଛରେ ଥିବା ବେଳେ ଆଉଟ ହୋଇଯାଇଥିଲେ। କିନ୍ତୁ ଭାରତ ବେଶ ଚମତ୍କାର ଢଙ୍ଗରେ ମ୍ୟାଚ ଜିତିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିବା ପାଇଁ ଗିଲ୍‌ ରଖିଥିବା ଲକ୍ଷ୍ୟ ଶେଷରେ ଆଜି ପୂରଣ ହୋଇଛି।

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଗିଲଙ୍କୁ ବେଞ୍ଚରେ ବସିବାକୁ ପଡ଼ିଥିଲା। ତୃତୀୟ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିଥିବା ବେଳେ ସେ ପ୍ରଥମ ଇନିଂସରେ ୨୧ ଓ ଦ୍ୱିତୀୟ ଇନିଂସରେ ମାତ୍ର ୫ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତ ଏହି ମ୍ୟାଚ୍‌କୁ ୯ ୱିକେଟରେ ହାରି ଯାଇଥିଲା।

ଅହମଦାବାଦ ପିଚ୍‌ ବ୍ୟାଟରଙ୍କୁ ସୁହାଉଥିବା ବେଳେ ୨୩ ବର୍ଷୀୟ ଗିଲ୍‌ ଏହାର ଫାଇଦା ଉଠାଇ ମାତ୍ର ୧୯୪ ବଲରେ ନିଜର ଶତକ ହାସଲ କରିଛନ୍ତି। ଉଭୟ ଆଟାକିଂ ଓ ନିଜର ଡିଫେନ୍ସ ଜରିଆରେ ସେ ନିଜର ବ୍ୟାଟିଂ କଳା ସମସ୍ତଙ୍କୁ ଦେଖାଇଛନ୍ତି। ୧୨୦ ବଲରେ ଗିଲ୍‌ ୭୦ ରନ କରିଥିଲେ। ହେଲେ ୭୦ରୁ ୮୦ ରନ କରିବା ପାଇଁ ସେ ୫୪ ବଲର ସାମ୍ନା କରି ଅଷ୍ଟ୍ରେଲିଆର ବୋଲରଙ୍କୁ ସମ୍ମାନ ଜଣାଇଥିଲେ।