ଅଷ୍ଟ୍ରେଲିଆ ୪-୦ରେ ଟେଷ୍ଟ ସିରିଜ ଜିତିବ: ମାର୍କ ୱ

ଅଷ୍ଟ୍ରେଲିଆ ୪-୦ରେ ଟେଷ୍ଟ ସିରିଜ ଜିତିବ: ମାର୍କ ୱ

ଅଷ୍ଟ୍ରେଲିଆ ୪-୦ରେ ଟେଷ୍ଟ ସିରିଜ ଜିତିବ: ମାର୍କ ୱ
ସିଡନୀ: ଭ୍ରମଣକାରୀ ଭାରତ ବିପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜକୁ ୪-୦ ରେ ପୋଛି ନେବ ବୋଲି ଅନୁମାନ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଖ୍ୟାତନାମା ବ୍ୟାଟସମ୍ୟାନ ମାର୍କ ୱ । ଆଡିଲେଡ ଟେଷ୍ଟର ୨ୟ ଇଂନିସରେ ୩୬ ରଦରେ ଅଲଆଉଟ ହୋଇ ଭାରତ ୮ ୱିକେଟରେ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ ଏବେ ୧-୦ ରେ ଆଗକୁଆ ରହିଛି । ୨ୟ ଇନିଂସରେ ଭାରତୀୟ ଦଳର କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରି ପାରିନଥିଲେ । କିଛି କି୍ରକେଟ ବିଶେଷଜ୍ଞ ଏହି ଆଶା ବାନ୍ଧି କରି ବସିଛନ୍ତି ଯେ ସିରିଜରେ ଭାରତ ଫେରିପାରବ । ତେବେ ମାକ୍ସ ୱ ଏହାକୁ ଖଣ୍ଡନ କରି କହିଛନ୍ତି, ଭାରତ ସିରିଜକୁ ଫେରିବାର କୌଣସି ଆଶା ନାହିଁ । ମୁଁ ଭାବିଥିଲି ଯେ ଆଡିଲେଡର ବାତାବରଣ ଭାରତକୁ ସୁହାଇବ । ବିରାଟ କୋହଲି ଏହି ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବାର ଥିବାରୁ କାଗଜରେ ପ୍ରଥମ ଟେଷ୍ଟ ଜିତିବାକୁ ଭାରତ ଫେଭରିଟ ଥିଲା । ତେବେ ୩ୟ ଦିନର ପ୍ରଥମ ୧ ଘଣ୍ଟା ଭାରତକୁ ପରାସ୍ତ କରିଥିଲେ । ଅଷ୍ଟ୍ରେଲିଆର ବୋଲର ଭାରତୀୟ ବ୍ୟାଟିଂକୁ ଧ୍ୱସ୍ତ କରିବା ପରେ ମୋତେ ଦେଖାଯାଉନାହିଁ ଯେ ଭାରତ କିପରି ସିରିଜକୁ ଫେରିପାରିବ । ମୋର ଉତ୍ତର ହେଉଛି କଦାପି ନୁହେଁ ଏବଂ ଅଷ୍ଟ୍ରେଲିଆ ୪-୦ ରେ ସିରିଜ ଜିତିବ । ମାର୍କ ୱ ଆହୁରି କହିଛନ୍ତି ଯେ ଗତ କିଛି ବର୍ଷ ହେଲା ଟେଷ୍ଟ କ୍ରିକେଟରେ ଭାରତ ସଫଳ ବୋଲର ମହମ୍ମଦ ସାମି ଆହତ ହୋଇ ସିରିଜରୁ ବାଦ ପଡ଼ିବା ଏବଂ ଭାରତର ଶ୍ରେଷ୍ଠ ବ୍ୟାଟସମ୍ୟାନ ବିରାଟ କୋହଲି ସ୍ୱଦେଶ ଫେରିଯିବା ଯୋଗୁଁ ଭାରତ ଆହୁରି ଦୁର୍ବଳ ହୋଇପଡ଼ିଛି । ଏପରି ସ୍ଥିତିରେ ଆସନ୍ତା ୩ଟି ଟେଷ୍ଟ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳର ମୁକାବିଲା ଭାରତ କରିପାରିବ ବୋଲି ସେ ଭାବି ପାରୁନାହାନ୍ତି ବୋଲି ମାର୍କ ୱ କହିଛନ୍ତି ।